ଅବକାରୀ ଚଢଉ : ୧୧୦ ଲିଟର ମଦ ଜବତ, ୩୫୦୦ ଲିଟର ପୋଚ ନଷ୍ଟ

ଗୁରୁଡିଝାଟିଆ : ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ଡାଳୁଆ ନିକଟରେ ଅବକାରୀ ବିଭାଗର ଚଢଉ କରାଯାଇ ୧୧୦ ଲିଟର ସଦ୍ୟ ପ୍ରସ୍ତୁତ ମଦ ଜବତ କରାଯିବା ସହିତ ୩୫୦୦ଲିଟର ପୋଚକୁ ଜବତ କରାଯାଇଛି । ଏଥିସହିତ ମଦପାଇଁ ପ୍ରସ୍ତୁତ ମଦରନ୍ଧା ଚୁଲି ଓ ପୋଚ ରଖାଯାଇଥିବା ଡ୍ରମ, ହାଣ୍ଡି ଗୁଡିକୁ ଭାଙ୍ଗି ନଷ୍ଟ କରିଦିଆଯାଇଛି। ଅବକାରୀ ଆୟୁକ୍ତ, ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଉପଅଧିକ୍ଷକ ଯୋଗେଶ ଚନ୍ଦ୍ର ସାମଲଙ୍କ ଉପସ୍ଥିତିରେ ଜିଲ୍ଲା ଅବକାରୀ ସ୍ୱତନ୍ତ୍ର ସ୍କ୍ୱାର୍ଡର ନିରୀକ୍ଷକ ସଂଜିତ୍‍ ବାର୍ଲା, ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ, ହରମାନ ହବିବ ପ୍ରମୁଖଙ୍କ ସହିତ ଅବକାରୀ କର୍ମଚାରୀମାନେ ଚଢାଉ କରି ମଦ ଜବତ ସହିତ ପୋଚ ନଷ୍ଟ କରିଥିଲେ।

Comments are closed.