ଆଜି ଆଇସିଏସ୍‌ଇ ୧୦ମ ଓ ଆଇଏସସି ୧୨ଶ ପରୀକ୍ଷା ଫଳ

ନୂଆଦିଲ୍ଲୀ : କାଉନସିଲ ଫର ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ (ସିଆଇସିଏସଇ) ପରିଚାଳିତ ୧୦ମ ଓ ୧୨ଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ଣ ୩ଟାରେ ପ୍ରକାଶ ପାଇବ। ପରୀକ୍ଷା ଫଳ ପ୍ରକାଶ ସମ୍ପର୍କରେ ବୋର୍ଡର ସମ୍ପାଦକ ଗେରି ଆର୍ଥୁନ ଘୋଷଣା କରିଛନ୍ତି। ଗୁରୁବାର ଆର୍ଥୁନ କହିଛନ୍ତି ଯେ ଆଇସିଏସଇ ୧୦ମ ଓ ଆଇଏସସି ୧୨ଶ ଶ୍ରେଣୀ ପରୀକ୍ଷା ୨୦୨୦ର ଫଳ ବୋର୍ଡ ୱେବସାଇଟ www.cisce.org or www.results.cisce.org ରେ ପ୍ରକାଶ ପାଇବ। ଉଭୟ ଶ୍ରେଣୀ
ପରୀକ୍ଷା ଫଳ ଏସଏମ୍ଏସ୍‌ ନମ୍ବର ୦୯୨୪୮୦୮୨୮୮୩ ରେ ମଧ୍ୟ ଉପଲବ୍ଧ ହେବ। କରୋନା ମହାମାରୀ ପାଇଁ ଉଭୟ ଶ୍ରେଣୀର ଅନେକ ବିଷୟର ପରୀକ୍ଷା ବାତିଲ ହୋଇଥିବାରୁ ବିକଳ୍ପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ବିଷୟ ମୂଲ୍ୟାଙ୍କନ କରାଯାଇଛି।

Comments are closed.