ଦଶମ ଓ ଦ୍ବାଦଶ ପରୀକ୍ଷା ନିମନ୍ତେ ଗୃହ ମନ୍ତ୍ରଣାଳୟର ସବୁଜ ସଙ୍କେତ

ନୂଆଦିଲ୍ଲ: ଲକ୍ଡ଼ାଉନ ଯୋଗୁଁ ଅଟକିଥିବା ଦଶମ ଓ ଦ୍ବାଦଶ ପରୀକ୍ଷା କରାଯିବ । ଉଭୟ ସିବିଏସ୍ଇ ଓ ଆଇସିଏସ୍ଇର ଏହି ପରୀକ୍ଷା ନିମନ୍ତେ ସବୁଜ ସଙ୍କେତ ଦେଇଛି ଗୃହ ମନ୍ତ୍ରଣାଳୟ । ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ଚାହୁଁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏଥିପାଇଁ କେତେକ ସର୍ତ ରହିଛି ଏବଂ ପରୀକ୍ଷା ସମୟରେ ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ଏହାକୁ ଅନୁସର କରିବାକୁ ବାଧ୍ୟ ବୋଲି କୁହାଯାଇଛି ।

ତେବେ କୌଣସି କଣ୍ଟେନମେଣ୍ଟ ଜୋନରେ ପରୀକ୍ଷା କରାଯିବ ନାହିଁ ବୋଲି ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରି ଦେଇଛନ୍ତି । ଏହାବ୍ୟତୀତ ଏକାଧିକ ବୋର୍ଡ଼ ପରୀକ୍ଷା ହେବାକୁ ଥିବାରୁ ଏହାକୁ ପର୍ଯ୍ୟାୟକ୍ରମେ କରାଯିବ । ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାର ବା କେନ୍ଦ୍ର ଶାସିତ ଅଞ୍ଚଳ କର୍ତ୍ତୃପକ୍ଷ ଗାଡ଼ିର ବ୍ୟବସ୍ଥା କରିବେ । ପରୀକ୍ଷା କେନ୍ଦ୍ରରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ ଓ ସାନିଟାଇଜର ଉପଲବ୍ଧ କରାଯିବ । ସାମାଜିକ ଦୂରତ୍ବ ଏହି ସମୟରେ ବାଧ୍ୟତାମୂଳକ ଏବଂ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ, ପରୀକ୍ଷକ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Comments are closed.