ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷା

0

ନେମାଳ: ସୋମବାର ନିଶ୍ଚିନ୍ତକୋଇଲି ବ୍ଲକ ଅହମଦବକ୍ସ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ୨୦୧୮ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି।  କେନ୍ଦ୍ର ସୁପରିଟେଣ୍ଡେଣ୍ଟ ରବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପରୀକ୍ଷାରେ ମୋଟ ୨୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଉକ୍ତ ପରୀକ୍ଷାକୁ ଡେପୁଟି ସୁପରିଟେଣ୍ଡେଣ୍ଟ ସୁବ୍ରତ କୁମାର ବେହେରାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ବ୍ଲକ ଶିକ୍ଷା ଅଧିକାରୀ ମନୋରଞ୍ଜନ ବାରିକ ଓ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷ୍ମଣ କୁମାର ଲେଙ୍କା କେନ୍ଦ୍ର ପରିଦର୍ଶନରେ ଆସିଥିଲେ ।

Leave A Reply