ପୂର୍ବତନ ଟିସ୍କୋ ଅଧିକାରୀଙ୍କ ପତ୍ନୀ ବିୟୋଗ, ଭର୍ଚ୍ୟୁଆଲ କ୍ରିୟାକର୍ମ ଓ ଶୋକସଭା

ଟିସ୍କୋର ପୂର୍ବତନ ଅଧିକାରୀ ଦୁର୍ଗାପଦ ଦାସଙ୍କ ପତ୍ନୀ ନିର୍ମଳା ଦାସ କରୋନା ପୀଡ଼ିତ ହୋଇ ଭୁବନେଶ୍ଵରର ଏକ ଘରୋଇ ଡ଼ାକ୍ତରଖାନାରେ ପରଲୋକ ଘଟିଛି ।  । ଅକସ୍ମାତ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।  ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଏହି ସମୟରେ ପୁଅ ମଧ୍ୟ କରୋନା ସଂକ୍ରମିତ ହୋଇଥିବାରୁ ନାତି ଓ ଅନ୍ୟ ସ୍ବଜନଙ୍କ ସହାୟତାରେ ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । କରୋନା ସଂକ୍ରାନ୍ତ ସରକାରୀ ମାର୍ଗଦର୍ଶିକା ଅନୁସାରେ ଭୁବନେଶ୍ଵରରେ ଉପସ୍ଥିତ ପୁଅ ପ୍ରିୟବ୍ରତ ଦାସ, ବୋହୂ ଅଧ୍ୟାପିକା ଡ଼. କୁକୁମିନା ମହାନ୍ତି ଓ ନାତି ଜିତ୍ ଦାସ କ୍ରିୟାକର୍ମ କରିଥିଲେ ।  ଓଡ଼ିଶା ବାହାରେ ରହୁଥିବା ବଡ଼ପୁଅ ପାର୍ଥସାରଥୀ ଦାସ ଏବଂ  ପରିବାରର ଅନ୍ୟ ସଦସ୍ୟମାନେ କ୍ରିୟାକର୍ମ ଓ ଶୋକସଭାରେ  ଭରଚ୍ୟୁଆଲ ଯୋଗଦାନ କରିଥିଲେ ।

Comments are closed.