ନବବର୍ଷ ଉତ୍ସବରେ ଗୁଳି ଫୁଟାଇ ପୂର୍ବତନ ବିଧାୟକ ଗିରଫ

0

ନୂଆଦିଲ୍ଲୀ : ବିହାରର ପୂର୍ବତନ ଜେଡି(ୟୁ) ବିଧାୟକ ରାଜୁ ସିଂହଙ୍କୁ ଦିଲ୍ଲୀ ପୁଲିସ ବୁଧବାର ଗିରଫ କରିଛି। ଦିଲ୍ଲୀର ଫତେପୁର ବେରି ଅଞ୍ଚଳରେ ଥିବା ନିଜ ଫାର୍ମ ହାଉସ୍‌ରେ ସୋମବାର ବିଳମ୍ବିତ ରାତିରେ ନବବର୍ଷ ପାଳନ ଅବସରରେ ରାଜୁ ସିଂହ ଖୁସିରେ ଆତ୍ମହରା ହୋଇ ନିଜ ବନ୍ଧୁକରୁ ଗୁଳି ଫୁଟାଇବାରେ ଅର୍ଚ୍ଚନା ଗୁପ୍ତା(୪୨) ନାମ୍ନୀ ଜଣେ ସ୍ଥପତି ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଏହି ଘଟଣା ପରେ ସିଂହ ଫେରାର ହୋଇଯାଇଥିଲେ। ପରେ ପୁଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତାଙ୍କ ଫାର୍ମ ହାଉସ୍‌ରୁ ୨ଟି ରାଇଫଲ ଓ ୮୦୦ ରାଉଣ୍ଡ ଗୁଳି ଜବତ ହୋଇଛି। ରାଜୁ ସିଂହ ଘଟଣା ସମୟରେ ପ୍ରାୟ ୩ ରାଉଣ୍ଡ ଗୁଳି ଚଳାଇଥିବା ଅର୍ଚ୍ଚନାଙ୍କ ସ୍ବାମୀ କହିଛନ୍ତି। ରାଜୁଙ୍କ ନାମରେ ବିହାର ପୁଲିସ ନିକଟରେ ପ୍ରାୟ ୫ଟି ମାମଲା ରହିଛି। ତାଙ୍କ ପତ୍ନୀ ବିହାର ବିଧାନ ପରିଷଦର ସଦସ୍ୟା ଥିଲେ।

Leave A Reply