ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା କରୋନା ଆକ୍ରାନ୍ତ

ବ୍ରଜରାଜନଗର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଅନ୍ୟ ପଟେ ଅନେକ ରାଜନେତା ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି। ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା କରୋନା ଆକ୍ରାନ୍ତ ହୋଇଥିବା ନେଇ ନିଜେ ସୋସିଆଲ ମିଡ଼ିଆ ଜରିଆରେ ପୋଷ୍ଟ କରିଛନ୍ତି। ସେହି ପରି ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ ଏବଂ ନେଗେଟିଭ ରିପୋର୍ଟ ଆସିବା ପର୍ଯ୍ୟନ୍ତ ପୃଥକବାସରେ ରହିବାକୁ ଶ୍ରୀମତୀ ପଣ୍ଡା ଅନୁରୋଧ କରିଛନ୍ତି।

ରାଧାରାଣୀଙ୍କ ସ୍ୱାମୀ ସୁଧାଂଶୁ ପୁରୋହିତଙ୍କଠାରୁ ମିଳିଥିବା ଅନୁସାରେ, ଗତ ଦୁଇ ଦିନ ଧରି ରାଧାରାଣୀକୁ ସାମାନ୍ୟ ଜ୍ୱର ହେଉଥିଲା ଓ ଆଜି ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବରଗଡ଼ ସ୍ଥିତ ଏକ ଡ଼ାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ  ଟେଷ୍ଟ କରିବାରୁ ପରିବାରର ଅନ୍ୟ ସମସ୍ତଙ୍କର ନେଗେଟିଭ ବାହାରିଥିବା ବେଳେ ରାଧାରାଣୀଙ୍କ ପଜେଟିଭ ରିପୋର୍ଟ ଆସିଥିଲା। ତେବେ ଚିକିତ୍ସା ପାଇଁ ଆଜି ସଂନ୍ଧ୍ୟାରେ ରାଧାରାଣୀଙ୍କୁ ଝାରସୁଗୁଡ଼ା କୋଭିଡ଼ ଡ଼ାକ୍ତରଖାନାରେ ଭର୍ତି କରାଯିବ ବୋଲି ରାଧାରାଣୀଙ୍କ ସ୍ୱାମୀ ତଥା ବରିଷ୍ଠ ଆଇନଜୀବୀ ସୁଧାଂଶୁ ପୁରୋହିତ ସୂଚନା ପ୍ରଦାନ କରିଛନ୍ତି।

Comments are closed.