ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ପରଲୋକ

ସମ୍ବଲପୁର : ରେଢାଖୋଲ ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ପରଲୋକ ହୋଇଯାଇଛି । ଅଭିମନ୍ୟୁ କୁମାର ସମ୍ବଲପୁର ଜିଲ୍ଲାର କଂଗ୍ରେସର ଜଣେ ଟାଣୁଆ ରାଜନେତା ଥିଲେ । ସ୍ବର୍ଗତ କୁମାର ରେଢାଖୋଲ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ୫ ଥର ବିଧାୟକ ହୋଇଥିଲେ । ସେ ବହୁ ଦିନ ଧରି ଅସୁସ୍ଥ ଥିବା ବେଳେ ଆଜି ତାଙ୍କ ସମ୍ବଲପୁର ର ଭତରା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୄତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା। ପୁର୍ବତନ ବିଧାୟକ ଅଭିମନ୍ୟୁ କୁମାର ତାଙ୍କ ବିଧାୟକ ଥିବା ସମୟରେ ରେଢାଖୋଲ ନିର୍ବାଚନ ମଣ୍ଡଳୀ ପାଇ ବହୁ ଉନ୍ନୟନ କାଯ୍ୟ କରିଯାଇଛନ୍ତି । ଏହା ସହ ସମ୍ବଲପୁରର ଭତରା ଠାରେ ନିଜ ଉଦ୍ୟମରେ ମହାତ୍ମା ଗାନ୍ଧିଙ୍କ ମନ୍ଦିର ପ୍ରତିଷ୍ଠା କରିଯାଇଛନ୍ତି । ଏହି ବର୍ଷିଆନ କଂଗ୍ରେସ ନେତାଙ୍କ ମୃତ୍ୟୁରେ ଜିଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁ, ବରିଷ୍ଠ ନେତା ସୁରେଶ୍ୱର ମିଶ୍ର ଙ୍କ ସମେତ ଜିଲା କଂଗ୍ରେସ ର ନେତା ଓ କର୍ମୀ ମାନେ ଗଭୀର ଶୋକପ୍ରକାଶ କରିଛନ୍ତି।

Comments are closed.