ଓଡ଼ିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କ ପରଲୋକ

ସମ୍ବଲପୁର: ଓଡ଼ିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କର ୯୧ ବର୍ଷ ବୟସରେ ମଙ୍ଗଳବାର ସକାଳେ ପରଲୋକ ଘଟିଛି। ସମ୍ବଲପୁର ଜିଲାର ହୀରାକୁଦ କଲୋନୀରେ ଥିବା ବାସଭବନରେ ଶ୍ରୀ ବିଶି ଶେଷ ନିଃଶ୍ବାସ ତ୍ୟାକ କରିଛନ୍ତି। ସେ ଅନେକ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସନାତନଙ୍କ ମୃତ୍ୟୁ ଯୋଗୁ ରାଜନୀତି ସମେତ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ସନାତନ ବିଶି ୧୯୯୪ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହା ପର୍ଯ୍ୟନ୍ତ ସେ ରାଜ୍ୟସଭାର ସଦସ୍ୟ ଥିଲେ। ଏହା ପରେ ୨୦୦୦ ଏବଂ ୨୦୦୪ ମସିହାରେ ସେ ବିଜେଡି ଟିକଟରୁ ରେଢ଼ାଖୋଲ ଆସନରୁ ଲଗାତର ୨ଥର ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ରେ ତାଙ୍କୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା। ସେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

Comments are closed.