ରଞ୍ଜନ ଗୋଗୋଇ ହୋଇପାରନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ : ତରୁଣ ଗୋଗୋଇ

ନୂଆଦିଲ୍ଲୀ :  ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି। ରଞ୍ଜନ ଗୋଗଇ ବିଜେପି ପକ୍ଷରୁ ଆସାମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି କହିଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ତରୁଣ ଗୋଗୋଇ।

ତରୁଣ ଗୋଗୋଇ କହିଛନ୍ତି, ଆସନ୍ତା ବର୍ଷ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ମୋତେ ଖବରମିଳିଛି ଯେ ରଞ୍ଜନ ଗୋଗୋଇ ବିଜେପିର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି। ତାଙ୍କୁ ଆସାମର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଦଳ ମଇଦାନକୁ ଓହ୍ଲାଇବ।  ଅଯୋଧ୍ୟା ରାମ ମନ୍ଦିର ନିଷ୍ପତ୍ତିକୁ ନେଇ ବିଜେପି ଗୋଗୋଇଙ୍କ ଉପରେ ଖୁସି ଥିବାରୁୁ ତାଙ୍କୁ ଦଳରେ ସାମିଲ କରିବ ବୋଲି ତରୁଣ ଗୋଗୋଇ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ, ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ହେଉଛନ୍ତି ରଞ୍ଜନ ଗୋଗୋଇ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଗୋଗୋଇ ଅଯୋଧ୍ୟା ଜମି ବିବାଦ, ରାଫେଲ ଯୁଦ୍ଧ ବିମାନ ଏବଂ ସାବରିମାଳାରେ ମହିଳାଙ୍କ ପ୍ରବେଶ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାୟ ଶୁଣାଇଥିଲେ।

Comments are closed.