ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା କବି ରବି ସିଂଙ୍କ ଶେଷକୃତ୍ୟ

ଭୁବନେଶ୍ବର: କଟକ ସତୀ ଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିପ୍ଲବୀ କବି ରବି ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସୂଚନାଯୋଗ୍ୟ, ରବିବାର ସକାଳେ ୮୮ ବର୍ଷ ବୟସରେ ବର୍ଷିଆନ ବିପ୍ଲବୀ କବି ରବି ସିଂଙ୍କର ପରଲୋକ ଘଟିଥିଲା। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ। ଏକ ଧାରାରେ ଜଣେ ସାମ୍ୟବାଦୀ ନେତା, ଅନୁବାଦକ, ସୁବକ୍ତା, ସମାଲୋଚକ ଓ ଶାଣିତ ଶବ୍ଦ ସଂଯୋଜନାର ଅନନ୍ୟ କର୍ଣ୍ଣଧାର ଭାବେ ପରିଚିତି ଲାଭ କରିଥିବା ଏହି ବିପ୍ଲବୀ କବି ତାଙ୍କ କବିତା ମାଧ୍ୟମରେ ସାମାଜିକ ବିପ୍ଳବ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ। କେବଳ ବିପ୍ଲବୀ କବି ନୁହେଁ ବରଂ ସେ ଜଣେ ସମାଲୋଚକ ମଧ୍ୟ ଥିଲେ।

Comments are closed.