କଟକ ଏସସିବି ମେଡିକାଲ ଚତୁଃପାର୍ଶ୍ଵରୁ ଉଚ୍ଛେଦ ଆରମ୍ଭ, ଭଙ୍ଗାଯାଉଛି ମାଛ ମାର୍କେଟ

କଟକ: କଟକ ଏସସିବି ମେଡିକାଲର ଉନ୍ନତିକରଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ମଙ୍ଗଳବାର ମେଡିକାଲ ଚତୁଃପାର୍ଶ୍ଵରୁ ଉଚ୍ଛେଦ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଯୋବ୍ରା ମାଛ ମାର୍କେଟର ଉଚ୍ଛେଦ ଚାଲିଛି। ପୁଲିସ ଓ ପ୍ରଶାସନ ଉପସ୍ଥିତିରେ ୬ଟି ଜେସିବି ସହାୟତାରେ ଦୋକାନଗୁଡ଼ିକୁ ଭଙ୍ଗାଯାଉଛି। ବିସ୍ଥାପିତ ହେବାକୁ ଥିବା ବ୍ୟବସାୟୀମାନଙ୍କୁ ସରକାରୀ ନିୟମ ଅନୁସାରେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।

Comments
Loading...