ୟୁରୋପୀୟ ରାଷ୍ଟ୍ରରେ ୪୦% ଲୋକଙ୍କୁ କୋଭିଡ-୧୯ ଟୀକାକରଣ ଲକ୍ଷ୍ୟ

ୟୁରୋପୀୟ ରାଷ୍ଟ୍ରଗୁଡିକ ପ୍ରାରମ୍ଭିକ ଟୀକାକରଣ ପାଇଁ ସ୍ଥିର କରିଥିବା ଲୋକଙ୍କ ସଂଖ୍ୟା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ନିର୍ଦ୍ଧାରିତ ସଂଖ୍ୟା ଠାରୁ ଦୁଇଗୁଣ ଅଧିକ ତେଣୁ ପ୍ରାୟ ୨୦ ପ୍ରତିଶତ ପିଡୀତଙ୍କ ପାଇଁ ଟିକା କ୍ରୟ କରିବା ଆବଶ୍ୟକତା ଦେଖାଦେଇଛି। ସମ୍ପୃକ୍ତ ରାଷ୍ଟ୍ରଗୁଡିକର ଆକଳନ ଅନୁଯାୟୀ ସେମାନଙ୍କ ଜନସଂଖ୍ୟାର ୪୦ ପ୍ରତିଶତ ଲୋକଙ୍କ ପାଇଁ ପ୍ରାରମ୍ଭିକ ଟୀକାକରଣର ଆବଶ୍ୟକତା ରହିଛି। ଏହି ଟିକାକରଣରେ ଆକ୍ରାନ୍ତ ବ୍ୟକ୍ତି, ବୃଦ୍ଧ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ଅଗ୍ରାଧିକାର ଦିଆଯିବ। ଫଳରେ ଅନ୍ୟ କେତେକ କମ ବିକଶିତ ଦେଶମାନଙ୍କ ପାଇଁ ଆବଶ୍ୟକ ମୁତାବକ ଟୀକା ଉପଲବ୍ଧତା ହ୍ରାସ ପାଇବା ଭଳି ପରିସ୍ଥିତି ସୃଷ୍ଟି ହେବ।

ବର୍ତ୍ତମାନ ସୁଦ୍ଧା କୌଣସି ଅନୁମୋଦିତ ଟୀକା ନ ଥିବା ବେଳେ କେବଳ ରୁଷ ଦ୍ୱାରା ଏକମାତ୍ର ଅନୁମୋଦିତ କରୋନା ଟୀକା ରହିଛି। ତେବେ ଏହାର ଉତ୍ପାଦନ ସୀମିତ ଥିବାରୁ ଟିକା ଯୋଗାଣ କେତେ ସଫଳ ହେବ ଆକଳନ କରିବା ସମୟ ସାପେକ୍ଷ। ଅନ୍ୟ ପକ୍ଷରେ ଗୁରୁତ୍ୱପୂର୍ଣ୍ଣ ସେବା ସମ୍ଭାଳୁଥିବା ସାଧାରଣ ଲୋକଙ୍କୁ ଏହି ଟୀକାକରଣ ପର୍ଯ୍ୟାୟରେ ସାମିଲ କରାଯାଇଥିଲେ ମଧ୍ୟ ପ୍ରକୃତ ପକ୍ଷେ ସେମାନଙ୍କ ପାଇଁ କୌଣସି ଆକଳନ କରାଯାଇ ନାହିଁ। ଏହାକୁ ସାମିଲ କରାଗଲେ ୟୁରୋପୀୟ ରାଷ୍ଟ୍ରଗୁଡିକର ପ୍ରାରମ୍ଭିକ ଟୀକାକରଣ ଲକ୍ଷ୍ୟ ୪୦ ପ୍ରତିଶତରୁ ଅଧିକ ହେବ।

Comments are closed.