ୟୁରୋକପ୍‌ ଫୁଟବଲ – ସ୍ବିଜରଲାଣ୍ଡକୁ ହରାଇ ସେମିରେ ସ୍ପେନ

ସେଣ୍ଟ ପିଟର୍ସବର୍ଗ: ୟୁରୋକପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ସ୍ପେନ। ଶୁକ୍ରବାର ସେଣ୍ଟ ପିଟର୍ସବଗରେ ଖେଳାଯାଇଥିବା ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚ​‌ରେ ସ୍ପେନ ପେନାଲ୍ଟି ସୁଟ୍‌ଆଉଟ୍‌ (୧-୧) ୩-୧ ଗୋଲ​ରେ ସ୍ବିଜରଲାଣ୍ଡକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ସ୍ପେନ ବିଜୟରେ ଗୋଲକିପର ସିମୋନଙ୍କ ଚମତ୍କାର ପ୍ରଦର୍ଶନ ରହିଥିଲା।

୩ଥର ଚମ୍ପିଆନ ସ୍ପେନ ସ୍ବତନ୍ତ୍ର ରଣନୀତି ସହ ମ୍ୟାଚକୁ ଓହ୍ଲାଇଥିଲା। ଅନ୍ୟପକ୍ଷରେ ପ୍ରି- କ୍ବାର୍ଟର ଫାଇନାଲରେ ବିଶ୍ବ ଚମ୍ପିଆନ ଫ୍ରାନ୍ସକୁ ହରାଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିବା ସ୍ବିଜରଲାଣ୍ଡ ମଧ୍ୟ ସ୍ପେନକୁ କଡା ଟକ୍କର ଦେଇଥିଲା। ଖେଳର ୮ ମିନିଟ୍‌ରେ ସ୍ବିଜରଲାଣ୍ଡ ଆତ୍ମଘାତୀ ଗୋଲ ବରଣ କରିଥିଲା। ସ୍ପେନକୁ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣର ସ୍ବିଜରଲାଣ୍ଡ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। ପେନାଲ୍ଟି କର୍ଣ୍ଣରକୁ ସ୍ପେନର ଆଲ୍‌ଭୋରେ ମୋରାଟାଙ୍କ ପେନାଲ୍ଟି କର୍ଣ୍ଣରକୁ ଜେରଡ୍‌ ଆଲ୍‌ବା ସଟ୍‌ ମାରିଥିବାବେଳେ ସ୍ବିଜରଲାଣ୍ଡର ଡେନିସ୍‌ ଜାକାରିଆଙ୍କ ଗୋଡରେ ବାଜି ଗୋଲପୋଷ୍ଟ ଭେଦ କରିଯାଇଥିଲା। ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ସ୍ପେନ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାଦ୍ଧରେ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ଆପଣାଇଥିଲେ। ଖେଳର ୬୪ ମିନିଟ୍‌ରେ ସ୍ବିଜରଲାଣ୍ଡ ପକ୍ଷରୁ ଜୁବେରଙ୍କ ସଟ୍‌କୁ ସ୍ପେନ ଗୋଲକିପର ସିମୋନଙ୍କ ଚମତ୍କାର ସେଭ୍‌ ପାଇଁ ଦଳ ଗୋଲରୁ ରକ୍ଷା କରିଥିଲେ। ଖେଳର ୬୮ ମିନିଟ୍‌ରେ ସ୍ବିଜରଲାଣ୍ଡର ସାକ୍ୟୁରୀ ସ୍ପେନ ରକ୍ଷଣାପନ୍ଥୀକୁ ଚକ୍‌ମା ଦେଇ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ। ମ୍ୟାଚ ନିର୍ଦ୍ଧାରିତ ସମୟ ୧-୧ ଗୋଲ ବରାବର ରହିବାରୁ ଅତିରିକ୍ତ ସମୟ ଖେଳାଯାଇଥିଲା। ଅତିରିକ୍ତ ସମୟ​ ଖେଳ ଗୋଲଶୂନ୍ୟ ରହିବାରୁ ଟାଇବ୍ରେକରର ଆଶ୍ରୟ ନିଆଯାଇଥିଲା। ଏଥିରେ ସ୍ପେନ ୩-୧ ଗୋଲରେ ବିଜୟୀ ହୋଇଥିଲା।

Comments are closed.