ବଳକା ଚାଉଳରୁ ଉତ୍ପାଦନ ହେବ ଏଥନାଲ

ସମାଜ ପୋର୍ଟାଲ ଡେସ୍କ: ଭାରତୀୟ ଖାଦ୍ୟ ନିଗମ ଏହାର ବଳକା ଚାଉଳକୁ ଏଥନାଲ ଉତ୍ପାଦନ ପାଇଁ ବ୍ୟବହାର କରିବ। ଆଲକୋହଲ ଭିତ୍ତିକ ସାନିଟାଇଜର ଉତ୍ପାଦନ ପାଇଁ ଏହି ଏଥନାଲକୁ ବ୍ୟବହାର କରାଯିବ। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି। ଜାତୀୟ ଜୈବ ଇନ୍ଧନ ସମନ୍ୱୟ କମିଟି ଦ୍ୱାରା ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା।

୨୦୧୮ ଜାତୀୟ ଜୈବ ଇନ୍ଧନ ନୀତି ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି। ବଳକା ଚାଉଳରୁ ନିର୍ମିତ ହେବାକୁ ଥିବା ଏହି ଏଥନାଲକୁ ପେଟ୍ରୋଲ ସହ ମଧ୍ୟ ମିଶ୍ରଣ କରାଯାଏ। ଯେଉଁ ବର୍ଷ ଅଧିକ ଶସ୍ୟ ଅମଳ ହେବାର ଆଶା କରାଯାଉଥିବ ସେହିବର୍ଷ ବଳକା ଖାଦ୍ୟଶସ୍ୟରୁ ଏଭଳି ପଦାର୍ଥ ଗୁଡ଼ିକର ଉତ୍ପାଦନ ପାଇଁ ୨୦୧୮ ଜାତୀୟ ଜୈବ ଇନ୍ଧନ ନୀତିରେ ବ୍ୟବସ୍ଥା ରହିଛି।

Comments are closed.