ଇଏସଆଇ ରାଶି ଦେୟ ହ୍ରାସ; ଉପୃକତ ହେବେ ୩.୬ କୋଟି କର୍ମଚାରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସଆଇସି) ଦେୟ ହ୍ରାସ କରିଛନ୍ତି। ଫଳରେ ବିଭିନ୍ନ ସଂଗଠିତ ଏବଂ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ କୋଟି କୋଟି ସ୍ବଳ୍ପ ବେତନଭୋଗୀ କର୍ମଚାରୀଙ୍କ ଲାଗି ଏହା ଖୁସି ଆଣିଦେଇଛି। ଇଏସଆଇ ରାଶି ହ୍ରାସ କରାଯିବା ଦ୍ବାରା ଏହି କର୍ମଚାରୀମାନେ ଲାଭବାନ ହେବେ। ଏହି ନିଷ୍ପତ୍ତି ଆଗାମୀ ଜୁଲାଇ ପହିଲାରୁ ଲାଗୁ କରାଯିବ।

ଇଏସଆଇ ଆଇନ ଅନୁସାରେ, ପୂର୍ବରୁ ବୀମାରାଶି ବାବଦରେ ମୋଟ ୬.୫% ଅର୍ଥ ପଇଠ କରାଯାଉଥିବାବେଳେ ଏହାକୁ ୪%କୁ କମାଇ ଦିଆଯାଇଛି। ଅର୍ଥାତ ଇଏସଆଇ ପାଇଁ ଦରମାର ୬.୫% ବଦଳରେ ଏଣିକି ୪ ପ୍ରତିଶତ ପ୍ରଦାନ କରିବାକୁ ପଡ଼ିବ। ୬.୫% ମଧ୍ୟରୁ ନିଯୁକ୍ତିଦାତା ୪.୭୫% ଏବଂ କର୍ମଚାରୀ ୧.୭୫% ଦେଉଥିଲେ। ବର୍ତ୍ତମାନ ଦେୟରାଶି ହ୍ରାସ ହେବା ପରେ ନିଯୁକ୍ତିଦାତାଙ୍କୁ ୩.୨୫% ଏବଂ କର୍ମଚାରୀଙ୍କୁ ଦରମାର ୦.୭୫% ଦେୟ ଦେବାକୁ ପଡ଼ିବ। ଏହାଦ୍ବାରା ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତା ଉପକୃତ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରର ଏହି ନିଷ୍ପତ୍ତି ଫଳରେ ୩ କୋଟି ୬୦ ଲକ୍ଷ କର୍ମଚାରୀ ଏବଂ ୧୨ ଲକ୍ଷ ୮୫ ହଜାର ନିଯୁକ୍ତିଦାତା କମ୍ପାନୀ ଉପକୃତ ହେବେ।

Comments are closed.