ମତ୍ସ୍ୟଚାଷୀଙ୍କ ପାଇଁ ଆରମ୍ଭ ହେଲା ଇ-ଶାନ୍ତା ଇଲେକ୍ଟ୍ରୋନିକ୍‍ ବଜାର

ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜି ମତ୍ସ୍ୟଚାଷୀମାନଙ୍କ ପାଇଁ ଇ-ଶାନ୍ତା ଇଲେକ୍ଟ୍ରୋନିକ୍‍ ବଜାର ଉଦ୍‍ଘାଟନ କରିଛନ୍ତି। ଇ-ଶାନ୍ତା ଏଭଳି ଏକ ବଜାର ଯେଉଁଠାରେ ମତ୍ସ୍ୟଚାଷ ସମ୍ବନ୍ଧୀୟ ବିକ୍ରେତା ଓ କ୍ରେତାଙ୍କ ମଧ୍ୟରେ ସଂଯୋଗ ସ୍ଥାପନ ହୋଇପାରିବ। ଶ୍ରୀ ଗୋଏଲ କହିଛନ୍ତି, ଇ-ଶାନ୍ତା ମତ୍ସ୍ୟଚାଷୀମାନଙ୍କ ଆୟ, ଜୀବନଶୈଳୀ, ଆତ୍ମନିର୍ଭରତା ଆଦି ବୃଦ୍ଧି କରାଇବା ସହ ସେମାନଙ୍କ ପାଇଁ ନୂତନ ବିକଳ୍ପ ଉପଲବ୍ଧ କରାଇବ।

ସେ କହିଛନ୍ତି, ଇ-ଶାନ୍ତା ମଞ୍ଚ ପାରମ୍ପରିକ ବ୍ୟବସାୟର ଢାଞ୍ଚାରେ ପରିବର୍ତ୍ତନ ଆଣିବ। ଏହାଦ୍ୱାରା ଚାଷୀ ଓ କ୍ରେତାଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇପାରିବ ଏବଂ ଏହି ଇ-ବଜାର ଦଲାଲଙ୍କ କବଳରୁ ସୁରକ୍ଷା ପ୍ରଦାନ କରିବ। ଏହି ମଞ୍ଚ ବିଭିନ୍ନ ଭାଷାରେ ଉପଲବ୍ଧ ଯାହାକି ସ୍ଥାନୀୟ ଲୋକମାନଙ୍କୁ ସାହାଯ୍ୟ କରିବ।

Comments
Loading...