କାମରେ ଆସୁନି ଏରସମା ଦମକଳ କେନ୍ଦ୍ର

ଗୋଡା : ଏରସମା ବ୍ଲକ୍‍ ଉପକୂଳିଆ ଅଞ୍ଚଳ ହୋଇଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ଏହାର ଚିରସହଚର। ସବୁ ସମୟରେ ବାତ୍ୟାର ମୁକାବିଲା କରିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କୁ ଏଠାରେ ଆଗୁଆ ମୁତୟନ କରାଯାଇଥାଏ। ପ୍ରତିବର୍ଷ ବହୁତ ସଂଖ୍ୟାରେ ଘର ପୋଡି ହୋଇଥାଏ । ୧୯୯୩ ମସିହାରେ ଏରସମା ବ୍ଲକ୍‍ରେ ଏକ ଦମକଳ କେନ୍ଦ୍ର ସ୍ଥାପନ କରାଯାଇଥିଲା। ମାତ୍ର କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ କ୍ୱାର୍ଟରଟିଏ ନିର୍ମାଣ ହୋଇପାରି ନାହିଁ । ଦମକଳ କେନ୍ଦ୍ରର ଗୃହ ମରାମତି ଅଭାବରୁ ଅନେକ ସ୍ଥାନରେ ସିମେଣ୍ଟ ଖସିପଡି ରଡସବୁ ଦେଖାଗଲାଣି। ଏହି ଦମକଳ କେନ୍ଦ୍ରରେ ବ୍ୟବହାର ହେଉଥିବା ଗାଡିଗୁଡିକ ମରାମତି ଅଭାବରୁ କଳଙ୍କି ଲାଗିଗଲାଣି । ଗାଡିରେ ଥିବା ସାଇରନ୍‍ ମଧ୍ୟ ବାଜୁନାହିଁ। ବିପତ୍ତି ସମୟରେ ଫୋନ କଲେ ଗାଡି ପହଞ୍ଚିବାରେ ବିଳମ୍ବ ଘଟୁଛି। କେହି ଅଧିକାରୀ ମଧ୍ୟ ଦୀର୍ଘ ଦିନ ହେଲା ନାହାଁନ୍ତି। ଘରପୋଡି ଯାଉଥିବା ଲୋକମାନଙ୍କର ସରକାରୀ ସହାୟତା ପାଇବା ପାଇଁ ଅଗ୍ନିଶମ ବିଭାଗର ପ୍ରମାଣପତ୍ର ଆବଶ୍ୟକ ହେଉଥିବାରୁ ସେମାନଙ୍କୁ ବାରମ୍ବାର ଫେରିବାକୁ ପଡୁଛି। ଅଗ୍ନିଶମ ବିଭାଗରେ ଅଧିକାରୀ ନିଯୁକ୍ତି କରିବା ସହିତ ଗାଡି ଓ ଗୃହଗୁଡିକର ମରାମତି କରିବା ପାଇଁ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି।

Comments are closed.