ଲକଡାଉନ୍ ସମୟରେ ୧୩ ଲକ୍ଷ ସଦସ୍ୟଙ୍କୁ ଅର୍ଥ ପ୍ରଦାନ କଲା ଇପିଏଫଓ

- ୭ ଲକ୍ଷ ୪୦ ହଜାର ସଦସ୍ୟଙ୍କ କୋଭିଡ-୧୯ ଦାବିର ହେଲା ସମାଧାନ

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ୭ ଲକ୍ଷ ୪୦ ହଜାର କୋଭିଡ-୧୯ ଦାବି ସମେତ ମୋଟ ୧୨ ଲକ୍ଷ ୯୧ ହଜାର ସଦସ୍ୟଙ୍କୁ ଅର୍ଥ ପ୍ରଦାନ କରିଛି। ଏଥିରେ ସମୁଦାୟ ୪୬୮୪ କୋଟି ୫୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୨୩୬୭ କୋଟି ୬୫ ଲକ୍ଷ ଟଙ୍କା ଦିଆଯାଇଛି।

ଏପ୍ରିଲ୍ ୨୭ ସୁଦ୍ଧା ଏହି ଯୋଜନା ଅଧୀନରେ ୭୯ ହଜାର ୭୪୩ ଜଣଙ୍କୁ କୋଭିଡ-୧୯ ପାଇଁ ଅଗ୍ରୀମ ଭାବରେ ୮୭୫ କୋଟି ୫୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ୨୨୨ଟି ବେସରକାରୀ କ୍ଷେତ୍ରର ୫୪ ହଜାର ୬୪୧ ଜଣ ହିତାଧିକାରୀଙ୍କୁ ୩୩୮ କୋଟି ୨୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୭୬ଟି ସରକାରୀ କ୍ଷେତ୍ର ପ୍ରତିଷ୍ଠାନର ୨୪ ହଜାର ୧୭୮ ଜଣ ହିତାଧିକାରୀଙ୍କୁ ୫୨୪ କୋଟି 75 ଲକ୍ଷ ଏବଂ ୨୩ଟି ସମବାୟ କ୍ଷେତ୍ର ପ୍ରତିଷ୍ଠାନର ୯୨୪ ଜଣକୁ ୧୨ କୋଟି ୫୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଏକ ସରକାରୀ ବିଜ୍ଞପ୍ତିରୁ ଜଣାପଡିଛି।

Comments are closed.