ଇପିଏଫ ସୁଧହାର ୮.୫%

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ) ଉପରେ ୨୦୨୦-୨୧ ବର୍ଷ ପାଇଁ ସୁଧହାର ଅପରିବର୍ତ୍ତିତ ରହିଛି। ଇପିଏଫ ବାବଦରେ ୮.୫% ସୁଧ ଦେବାକୁ ଶ୍ରମ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର କେନ୍ଦ୍ରୀୟ ଟ୍ରଷ୍ଟି ମଣ୍ଡଳ ବୈଠକ ଗୁରୁବାର ଶ୍ରୀନଗରରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସୁଧହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, କରୋନା ଯୋଗୁ ବିଭିନ୍ନ ବ୍ୟାଙ୍କରେ ଜମା ଉପରେ ସୁଧହାର ହ୍ରାସ କରାଯାଇଛି। ତେବେ ଇପିଏଫଓ ପକ୍ଷରୁ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପୂର୍ବବର୍ଷ ଭଳି ୨୦୨୦-୨୧ରେ ବି ସମାନ ସୁଧହାର ଲାଗୁ କରିବାକୁ ସଂଗଠନ ନିଷ୍ପତ୍ତି ନେଇଛି।

Comments are closed.