ବେତନଭୋଗୀଙ୍କୁ ଝଟ୍‌କା: ଇପିଏଫ ସୁଧ ହାର କମିଲା

ନୂଆଦିଲ୍ଲୀ: ଦେଶର ପ୍ରାୟ ୬ କୋଟି ବେତନଭୋଗୀଙ୍କୁ ଝଟ୍‌କା ଲାଗିଛି। କାରଣ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ସୁଧ ହାରକୁ ହ୍ରାସ କରାଯାଇଛି। ପୂର୍ବରୁ ଇପିଏଫ(କର୍ମଚାରୀ ଭବିଷ୍ୟନିଧି ପାଣ୍ଠି) ସୁଧ ହାର ୮.୬୫ ପ୍ରତିଶତ ରହିଥିବାବେଳେ ଏବେ ଏହାକୁ ୧୫ ବେସିସ୍‌ ପଏଣ୍ଟ ହ୍ରାସ କରି ୮.୫୦ ପ୍ରତିଶତ କରାଯାଇଛି। ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟିଜ୍‌(ସିବିଟି) ପକ୍ଷରୁ ଗୁରୁବାର ଅନୁଷ୍ଠିତ ଗୁରୁତ୍ଵପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ନୂଆ ସୁଧ ହାର ବିଗତ ୭ ବର୍ଷ ମଧ୍ୟରେ ସର୍ବନିମ୍ନ।

Comments are closed.