କର୍ମଚାରୀ ଭବିଷ୍ୟନିଧି ସଂଗଠନ ପେନସନଧାରୀଙ୍କୁ ବର୍ଦ୍ଧିତ ପେନସନ

ନୂଆଦିଲ୍ଲୀ: ଇପିଏଫ୍ ପେନସନଧାରୀଙ୍କୁ ମିଳିଲା କମ୍ୟୁଟେଡ଼୍ ପେନସନ । ଏ ବାବଦରେ କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ ୮୬୮ କୋଟି ଟଙ୍କାର ପେନସନ ଓ ବକେୟା ବାବଦକୁ ୧୦୫ କୋଟି ଟଙ୍କା ପ୍ରଦାନ କରିଛି ।

ଇପିଏଫଓ ସେଣ୍ଟ୍ରାଲ ବୋର୍ଡ ଟ୍ରଷ୍ଟିର ସୁପାରିଶ ଅନୁସାରେ ଭାରତ ସରକାର କର୍ମଜୀବୀମାନଙ୍କ ଦୀର୍ଘ ଦିନର ଦାବିକୁ ବିଚାର କରି ପ୍ରାୟ ୧୫ ବର୍ଷ ପରେ ଏହି ଅତିରିକ୍ତ କମ୍ୟୁଟେଡ ପେନସନ ଦେବା ପାଇଁ ସ୍ଥିର କରିଛନ୍ତି । ପୂର୍ବରୁ କମ୍ୟୁଟେଡ ପେନସନର ପୁନଃପ୍ରଚଳନ ନିମନ୍ତେ କୌଣସି ବ୍ୟବସ୍ଥା ନ ଥିଲା ଏବଂ କମ୍ୟୁଟେସନ ପାଇଁ ପେନସନଧାରୀମାନେ ସାରା ଜୀବନ କମ ପେନସନ ପାଉଥିଲେ ।  କର୍ମଚାରୀ ଭବିଷ୍ୟନିଧି ସଂଗଠନ ଅଧୀନରେ ୬୫ ଲକ୍ଷରୁ ଅଧିକ ପେନସନଧାରୀ ଥିବା ବେଳେ ଏହାର ୧୩୫ଟି ଆଞ୍ଚଳିକ କାର୍ଯ୍ୟାଳୟ ରହିଛି ।

Comments are closed.