ଇପିଏଫ୍‌ଓର ଘୋଷଣା: ଏଣିକି ଯେ କୌଣସି ସମୟରେ ଜୀବନ ପ୍ରମାଣପତ୍ର ଦାଖଲ

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ଏହାର ପେନସନ ଭୋଗୀଙ୍କ ନିମ​‌େ​‌ନ୍ତ ବଡ ଘୋଷଣା କରିଛନ୍ତି। କର୍ମଚାରୀ ପେନ୍‌ସନ ଯୋଜନା (ଇପିଏସ୍‌) ୯୫ ଅନୁଯାୟୀ ଏଣିକି ଜଣେ ପେନସନ ଭୋଗୀ ବର୍ଷର ଯେ କୌଣସି ସମୟରେ ନିଜର ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ପ୍ରମାଣପତ୍ର ଦାଖଲ ଦିନଠାରୁ ଏହା ଏକବର୍ଷ ପାଇଁ ବୈଧ ରହିବ। ଏ ସମ୍ପର୍କରେ ଇପିଏଫଓ ଟୁଇଟ୍ କରି ଜଣାଇଛି। ଜୀବନ ପ୍ରମାଣପତ୍ର ପେନସନଭୋଗୀଙ୍କ ନିମନ୍ତେ ଏକ ଜରୁରୀ କାଗଜପତ୍ର; ଯାହା ପେନସନଭୋଗୀ ଜୀବିତ ଥିବା ପ୍ରମାଣିତ କରିଥାଏ। ପେନସନଭୋଗୀମାନେ ସେମାନଙ୍କ ଜୀବନ ପ୍ରମାଣପତ୍ର ପେନସନ ପ୍ରଦାନକାରୀ ବ୍ୟାଙ୍କ, ପୋଷ୍ଟ ଅଫିସ, ସାଧାରଣ ସେବା କେନ୍ଦ୍ର (ସିଏସ୍‌ସି) କିମ୍ବା ନିକଟସ୍ଥ ଇପିଏଫଓ କାର୍ଯ୍ୟାଳୟରେ ଦାଖଲ କରିଥାନ୍ତି।

Comments are closed.