ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲର ସମ୍ପାଦକଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର: ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲର ସମ୍ପାଦକଙ୍କୁ ଇଓଡବ୍ଲୁ ଗିରଫ କରିଛି । ଇଓଡବ୍ଲୁରେ ୧କୋଟି ଟଙ୍କାର ଠକେଇ ଅଭିଯୋଗ ହେବା ପରେ ଇଓଡବ୍ଲୁ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ପୂର୍ବରୁ ଏନେଇ ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲୁ ପକ୍ଷରୁ ନୋଟିସ କରାଯାଇଥିଲା । ନୋଟିସରେ ହାଜର ହେବାକୁ ତାଙ୍କୁ କୁହାଯାଇଥିଲା । ହେଲେ ସେ ରଥଯାତ୍ରା ପରେ ହାଜର ହେବାକୁ କହିଥିଲେ । ପରେ ପରେ ଇଓଡବ୍ଲୁ ତାଙ୍କ ଚ୍ୟାନେଲରେ ଚଢ଼ାଉ କରିବା ସହ ତାଙ୍କୁ ପଚରାଉଚରା କରିଥିଲା । ଗତକାଲି ରାତିରୁ ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲୁ ଉଠାଇ ନେଇ ଜେରା କରୁଥିଲା । ଜେରା କରିବା ପରେ ତାଙ୍କୁ ଗିରଫ କରିଥିବା ଖବର ମିଳିଛି । ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରିଥିବା ନେଇ ଇଓଡବ୍ଲୁ ଏସପି ଦିଲ୍ଲୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।

Comments are closed.