ଜୁଲାଇ ୩୧ ପର୍ଯ୍ୟନ୍ତ ଲୋକସେବା ଭବନକୁ ସାଧାରଣ ଲୋକଙ୍କ ପ୍ରବେଶ ମନା

- ଖାରବେଳ ଭବନ, କୃଷି ଭବନ ଓ ରାଜୀବ ଭବନକୁ ପ୍ରବେଶ ଉପରେ କଟକଣା

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଏବଂ ରାଜୀବ ଭବନକୁ ପରିଦର୍ଶକମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଚଳିତ ମାସ ଶେଷ ଅର୍ଥାତ ଜୁଲାଇ ୩୧ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ। ଏଥି ସହିତ ପୂର୍ବରୁ ଜାରି ହୋଇଥିବା ଏଣ୍ଟ୍ରି ପାସ୍ ଗୁଡ଼ିକୁ ମଧ୍ୟ ବାତିଲ କରାଯାଇଛି। ତେବେ ଜରୁରୀକାଳୀନ ସ୍ଥିତିରେ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଏବଂ ରାଜୀବ ଭବନକୁ ପ୍ରବେଶ ପାଇଁ ଏଣ୍ଟ୍ରି ପାସ ଦେଇପାରିବେ ବୋଲି କୁହାଯାଇଛି।

Comments are closed.