ଗାୟତ୍ରୀଙ୍କ ଚମକ

ଭୁବନେଶ୍ବର: ଅଭିନେତ୍ରୀ ଗାୟତ୍ରୀ ସାହୁ (ପୂଜା) ଦୂରଦର୍ଶନର ବି-ଗ୍ରେଡ୍‌ କଳାକାର ଭାବେ କାମ କରନ୍ତି। କଟକ ଗୋପାଳପୁରର ବାସିନ୍ଦା ଗାୟତ୍ରୀ ଏବେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଓଡ଼ିଶୀ ନୃତ୍ୟରେ ସ୍ନାତକୋତ୍ତର(ପିଜି) ପାଠ ପଢୁଛନ୍ତି। ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଜାତୀୟ ନୃତ୍ୟମଣି ଉପାଧି କଟକ ନୃତ୍ୟ ମହୋତ୍ସବରେ ପାଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ଏବେ ଭଜନ ଓ ଆଲବମ୍‌ରେ ଅଭିନୟ କରୁଛନ୍ତି ଗାୟତ୍ରୀ। ପ୍ରଭୁ ଶ୍ରୀଜଗନ୍ନାଥ, କୃଷ୍ଣ, ଦୁର୍ଗା, ମା’ କାଳୀଯାଈଙ୍କ ଭଜନ ସମେତ ଆଧୁନିକ ଗୀତରେ ଅଭିନୟ କରିଛନ୍ତି। ଭଜନ ଓ ଆଧୁନିକ ଗୀତରେ ଅଭିନୟ ସହ ଓଡ଼ିଶୀ ନୃତ୍ୟରେ ପିଏଚ୍‌ଡି କରିବା ଲକ୍ଷ୍ୟ ରଖିଛନ୍ତି ।

 

ଯେଉଁ ପିଲାଙ୍କ ପାଖରେ ପ୍ରତିଭା ରହିଛି ସେମାନଙ୍କୁ ନୃତ୍ୟ ଶିଖାଇବାକୁ ଲକ୍ଷ୍ୟ ଥିବା ସେ କହିଛନ୍ତି। ଏବେ କେତେଜଣଙ୍କୁ ମାଗଣାରେ ନୃତ୍ୟ ଶିଖାଉଥିବାବେଳେ ଆଗକୁ ଏହାକୁ ବ୍ୟାପକ କରିବାକୁ ଯୋଜନା ଥିବା ଗାୟତ୍ରୀ କହିଛନ୍ତି। ୫ଟି ନୂଆ ଆଧୁନିକ ଗୀତରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ଖୁବ୍‌ଶୀଘ୍ର ଏହା ରିଲିଜ୍ ହେବ। ଓଡ଼ିଶୀ ନୃତ୍ୟର ପ୍ରସାର ସହ ଅଭିନୟ କରିବା ମୂଳ ଲକ୍ଷ୍ୟ ବୋଲି ଗାୟତ୍ରୀ କହିଛନ୍ତି।

Comments are closed.