ବିହାର : ଜାପାନୀ ଜ୍ବରରେ ୧୭ଶିଶୁଙ୍କ ମୃତ୍ୟୁ

ପାଟନା : ଜାପାନୀ ଜ୍ବର ବା ପ୍ରାଣଘାତକ ଏନ୍‌ସେଫାଲାଇଟିସ୍‌ ଜ୍ବର ଏବେ ବିହାରରେ ଆତଙ୍କ ସୃଷ୍ଟି କରିଛି । ଏଥିରେ ଆକ୍ରାନ୍ତ ହୋଇ ୧୭ ଶିଶୁ ପ୍ରାଣ ହରାଇଲେଣି। ମୁଜାଫରପୁରରେ ପରିସ୍ଥିତି ଭୟାନକ ହୋଇଥିବାବେଳେ ସ୍ଥାନୀୟ ଶ୍ରୀକୃଷ୍ଣ ମେମୋରିଆଲ ମେଡିକାଲ କଲେଜ ହସ୍ପିଟାଲରେ ଦୁଇ ଦିନ ମଧ୍ୟରେ ୨୧ ଶିଶୁ ଓ କେଜରିୱାଲ ହସ୍ପିଯାଲରେ ୧୪ ଶିଶୁ ଭର୍ତ୍ତି ହୋଇଛନ୍ତି । ରବିବାର ୧୩ଶିଶୁ ଡାକ୍ତରଖାନା ଆସିଥିବା ଜଣାପଡ଼ିଛି। କେବଳ ଏହି ଅଞ୍ଚଳରେ ୧୨ଶିଶୁ ପ୍ରାଣ ହରାଇଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।
ତିନି ବର୍ଷ ପୂର୍ବେ ମୁଜାଫରପୁର ଅଞ୍ଚଳରେ ଏହି ଜ୍ବର ଆତଙ୍କ ସୃଷ୍ଟି କରିଥିଲା । ଅସହ୍ୟ ଗରମ ଯୋଗୁଁ ଏହି ଜ୍ବର ହେଉଥିବାବେଳେ ମୌସୁମି ଆଗମନ ସହିତ ଏହାର ପ୍ରଭାବ ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Comments are closed.