ବଢ଼ିଲା ମଧ୍ୟାହ୍ନ ଭୋଜନ ଅନୁଦାନ ରାଶି: ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ୪୯ ଓ ଉଚ୍ଚ ପ୍ରାଥମିକ ପାଇଁ ୭୪ ପଇସା ବୃଦ୍ଧି

ଭୁବନେଶ୍ବର: ରାଜ୍ୟ ସରକାର ସ୍କୁଲ ପିଲାଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନ ଅନୁଦାନ ରାଶି ବୃଦ୍ଧି କରିଛନ୍ତି ।  ଲକଡାଉନ୍ ପ୍ରଭାବରେ ବିଭିନ୍ନ ସାମଗ୍ରୀର ଦରଦାମ୍ ବୃଦ୍ଧି ଜନିତ ଖର୍ଚକୁ ଭରଣା କରିବାକୁ ଏହି ଘୋଷଣା କରାଯାଇଛି । ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପିଛିଲା ଭାବେ ଏପ୍ରିଲ ୧ ତାରିଖରୁ ଏହା କାର୍ଯ୍ୟକାରୀ ହେବ ଏବଂ ୨୦୨୦-୨୧ ବର୍ଷ ପାଇଁ ଏହି ବର୍ଦ୍ଧିତ ଅନୁଦାନ ବଳବତ୍ତର ରହିବ।

ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କ ପାଇଁ  ପୂର୍ବରୁ ମଧ୍ୟାହ୍ନ ଭୋଜନ ପାଇଁ ୪ ଟଙ୍କା ୯୩ ପଇସା ମିଳୁଥିଲା । ଏବେ ୫ ଟଙ୍କା ୪୨ ପଇସା ଦିଆଯିବ । ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ପିଛା ପୂର୍ବରୁ ୭ ଟଙ୍କା ୩୬ ପଇସା ଦିଆଯାଉଥିବା ବେଳେ ଏଣିକି ୮ ଟଙ୍କା ୧୦ ପଇସା ଦିଆଯିବ ।

Comments are closed.