ବିଶିଷ୍ଟ ଇଂରାଜୀ କବି ତଥା ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କରୋନା ସଂକ୍ରମିତ

ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

କଟକ : ବିଶିଷ୍ଟ ଇଂରାଜୀ କବି ତଥା ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ୯୦ ବର୍ଷ ବୟସ ହେବ। କିଛି ଦିନ ହେବ ତାଙ୍କୁ ଜ୍ୱର ହୋଇଥିବା ବେଳେ ପରୀକ୍ଷା କରାଯିବାରୁ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଖବର ମିଳିଛି।
ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ସୁସ୍ଥ ଓ ଆରୋଗ୍ୟ କାମନା କରିଛନ୍ତି। ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ କହିଛନ୍ତି, କବି ଜୟନ୍ତ ମହାପାତ୍ର କୋଭିଡ ସଂକ୍ରମିତ ବୋଲି ଅବଗତ ହେବା ପରେ ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।

 

Comments are closed.