କ୍ରିକେଟ ବିଶ୍ବକପ : ପାକିସ୍ତାନର ବିଶାଳ ଇନିଂସ ; ଇଂଲଣ୍ଡ ପାଇଁ ୩୪୯ ରନର ବିଜୟ ଲକ୍ଷ୍ୟ

ଟ୍ରେଣ୍ଟ୍ ବ୍ରିଜ୍ : ଚଳିତ କ୍ରିକେଟ ବିଶ୍ବକପରେ ସୋମବାର ଏଠାରେ ଆୟୋଜକ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲିଗ୍ ମ୍ୟାଚରେ ପାକିସ୍ତାନ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୩୪୮ରନ ସଂଗ୍ରହ କରିଛି। ଇଂଲଣ୍ଡ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୫୦ଓଭରରେ ୮ୱିକେଟ ହରାଇ ୩୪୮ରନ କରିଛି। ପାକିସ୍ତାନ ପକ୍ଷରୁ ସର୍ବାଧିକ ସ୍କୋର ମହମ୍ମଦ ହାଫିଜ୍ ୬୨ ବଲରୁ ୮୪ରନ(୮ଚୌକା, ୨ଛକା) କରିଥିଲାବେଳେ ବାବର ଆଜାମ ୬୬ବଲରୁ ୬୩ରନ(୪ଟି ଚୌକା, ୧ଛକା) ଏବଂ ସରଫରାଜ ଅହମ୍ମଦ ୫ଟି ଚୌକା ସହାୟତାରେ ୪୪ବଲରେ ୫୫ରନ କରିଛନ୍ତି।
ଇଂଲଣ୍ଡ ପକ୍ଷରୁ କ୍ରିସ ଓକ୍ସ ସର୍ବାଧିକ ତିନୋଟି ୱିକେଟ ନେଇଛନ୍ତି।

Comments are closed.