ଇଞ୍ଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଛତିଆ ଗ୍ରାମରେ ନିଜ ମାମୁଁ ଘରେ ମାଆଙ୍କ ସହ ରହୁଥିବା ଜଣେ ଇଞ୍ଜିନିୟରିଂ ଛାତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରୀ ଜଣଙ୍କ ସ୍ୱର୍ଗତ ଅଲେଖ ପ୍ରଧାନଙ୍କ ଦ୍ୱିତୀୟ କନ୍ୟା ରୋଜାଲିନ ପ୍ରଧାନ(୧୯)। ସେ ଗତକାଲି ଅପରାହ୍ନ ୪ ଟାରେ ଛତିଆ ଗ୍ରାମରେ ନିଜ ମାମୁଁ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାଟି ବିଳମ୍ବିତ ସନ୍ଧ୍ୟାରେ ଜଣାପଡିବା ପରେ ରବିବାର ସକାଳୁ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ଛତିଆ ଗ୍ରାମକୁ ଯାଇ ମୃତ ରୋଜାଲିନର ଶବ ଉଦ୍ଧାର କରିବା ସହ ପାଟଣାରେ ଶବ ବ୍ୟବଛେଦ କରାଇଛନ୍ତି ।

Comments are closed.