ଚଳିତ ବର୍ଷ କ୍ୟାମ୍ପସ ପାଇନାହାନ୍ତି ୫୮% ଇଂଜିନିୟରିଂ ଛାତ୍ରଛାତ୍ରୀ

0

ନୂଆଦିଲ୍ଲୀ : ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଇଂଜିନିୟରିଂ ପଢୁଥିବା ବେଳେ କ୍ୟାମ୍ପସ ଚୟନରେ ଚାକିରି ପାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଚଳିତ ବର୍ଷ ୨% ବୃଦ୍ଧି ଘଟିଛି। ଗତ ୫ ବର୍ଷ ଧରି କ୍ୟାମ୍ପସ ଚୟନରେ ୪୦% ଛାତ୍ରଛାତ୍ରୀ ଚାକିରି ପାଉଥିଲେ। ତେବେ ଚଳିତ ବର୍ଷ ଏଥିରେ ସୁଧାର ଆସି କ୍ୟାମ୍ପସ ଚୟନରେ ପାଖାପାଖି ୪୨% ଛାତ୍ରଛାତ୍ରୀ ଚାକିରି ପାଇଛନ୍ତି। କିନ୍ତୁ ଚିନ୍ତାର ବିଷୟ ହେଉଛି ଯେ ୫୮% ଛାତ୍ରଛାତ୍ରୀ କ୍ୟାମ୍ପସ ଚୟନ ବେଳେ ଚାକିରି ପାଇବାରେ ବିଫଳ ହୋଇଛନ୍ତି। ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦରୁ ପ୍ରାପ୍ତ ତଥ୍ୟ ଅନୁସାରେ ୨୦୧୬-୧୭ରେ ୩୮.୩୯% ଇଂଜିନିୟରିଂ ଛାତ୍ରଛାତ୍ରୀ କ୍ୟାମ୍ପସ ପାଇଥିଲେ। ୨୦୧୩-୧୪ରେ ୩୧.୯୫% ଛାତ୍ରଛାତ୍ରୀ, ୨୦୧୪-୧୫ରେ ୩୨.୬୫%, ୨୦୧୫-୧୬ରେ ୩୭.୩୨%, ୨୦୧୭-୧୮ରେ ୪୧.୭୪% ଛାତ୍ରଛାତ୍ରୀ କ୍ୟାମସ ପାଇଛନ୍ତି। ୨୦୧୩-୧୪ରେ ଇଂଜିନିୟରିଂ ପାଠ୍ୟକ୍ରମରେ ୯୪୪,୦୦୦ ଓ ୨୦୧୭-୧୮ରେ ୭୫୦,୦୦୦ ନାମ ଲେଖାଇଥିଲେ। ବର୍ତ୍ତମାନ ଏଆଇସିଟିଇ ଅଧୀନରେ ଦେଶ ବ୍ୟାପୀ ୩,୨୨୫ ଇଂଜିନିୟରିଂ ଶିକ୍ଷାନୁଷ୍ଠାନ ରହିଛି। ଚଳିତ ବର୍ଷ ଇଂଜିନିୟରିଂର ବିଭିନ୍ନ ପାଠ୍ୟକ୍ରମରେ ୮୭୫୨୩୪ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ସେମାନଙ୍କ ମଧ୍ୟରୁ ୩୬୫୩୪୨ ଜଣ ଛାତ୍ରଛାତ୍ରୀ କ୍ୟାମ୍ପସ ଚୟନରେ ଚାକିରି ପାଇବାରେ ସଫଳ ହୋଇଛନ୍ତି।

Leave A Reply