ତିୱତିଆ-ରିଦ୍ଧି ନିର୍ବନ୍ଧ ସମ୍ପନ୍ନ

ଫରିଦାବାଦ୍‌: ଆଇପିଏଲ୍‌ ୨୦୨୦ ସଂସ୍କରଣରେ ରାଜସ୍ଥାନ ରୟାଲ୍‌ସ ଦଳ ତରଫରୁ ଖେଳି ବିସ୍ଫୋରକ ବ୍ୟାଟିଂରେ ଦର୍ଶକଙ୍କୁ ବିମୋହିତ କରିଥିବା ରାହୁଲ ତିୱତିଆ ଓ ରିଦ୍ଧିଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ଗୁରୁବାର ତିୱତିଆ ସାମାଜିକ ଗଣମାଧ୍ୟମରେ ରିଦ୍ଧିଙ୍କ ସହ ଏକ ଫଟୋ ଛାଡ଼ିବା ସହ ବୁଧବାର ନିର୍ବନ୍ଧ ହୋଇଥିବା ସୂଚନା ଦେଇଛନ୍ତି।

ନିର୍ବନ୍ଧ ଉତ୍ସବରେ ତିୱତିଆଙ୍କ ସାଥୀ ଖେଳାଳି ଜୟନ୍ତ ଯାଦବ ଓ ନୀତୀଶ ରାଣା ପ୍ରମୁଖ ଉପସ୍ଥିତ ଥିଲେ। ତିୱତିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍‌ ସୁରେଶ ରୈନା। ୨୦୧୫ରେ ଆଇପିଏଲ୍‌ରେ ପଦାର୍ପଣ କରିଥିବା ତିୱତିଆଙ୍କୁ ୨୦୧୮ ଖେଳାଳି ନିଲାମରେ ଦିଲ୍ଲୀ କ୍ୟାପିଟାଲ୍‌ସ ୩ କୋଟି ଟଙ୍କାରେ କିଣିଥିଲା। ସେ ୮ଟି ମ୍ୟାଚ୍ ଖେଳି ମାତ୍ର ୫୦ ରନ୍‌ କରିବା ସହ ୬ଟି ୱିକେଟ୍ ହାସଲ କରିଥିଲେ। ୨୦୨୦ ଆଇପିଏଲ୍‌ ନିମନ୍ତେ ଦିଲ୍ଲୀ କ୍ୟାପିଟାଲ୍‌ସ ତିୱତିଆଙ୍କୁ ରାଜସ୍ଥାନ ରୟାଲ୍‌ସକୁ ବିକ୍ରି କରି ଦେଇଥିଲା। ୟୁଏଇରେ ଖେଳା ଯାଇଥିବା ୨୦୨୦ ସଂସ୍କରଣରେ ତିୱତିଆଙ୍କୁ ୨୫୫ ରନ୍‌ ସ୍କୋର୍‌କରିବା ସହ ୧୦ଟି ୱିକେଟ୍ ହାସଲ କରିଥିଲେ।

Comments are closed.