ହାତୀ ମୃତ୍ୟୁ ପ୍ରସଙ୍ଗ – ଉଚ୍ଚ ବିଦ୍ୟୁତ ଖୁଣ୍ଟ ସ୍ଥାପନ ପାଇଁ ଶକ୍ତିମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କେନ୍ଦୁଝର ଜିଲାର ବିଦ୍ୟୁତ ସଂଯୋଗରୁ ବଞ୍ଚିତ ଗ୍ରାମଗୁଡ଼ିକୁ ତୁରନ୍ତ ସଂଯୋଗ ଯୋଗାଇ ଦେବା ପାଇଁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦାୟିତ୍ବରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ଦିବ୍ୟଶଙ୍କର କେନ୍ଦୁଝର ଜିଲାର ଘସିପୁରା, ଆନନ୍ଦପୁର, ଚମ୍ପୁଆ, ପାଟଣା ଏବଂ କେନ୍ଦୁଝର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ୍ୟ ବିଦ୍ୟୁତିକରଣ କାର୍ୟ୍ୟର ସମୀକ୍ଷା କରିଥିଲେ। ବୈଠକରେ ହାତୀଙ୍କ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ବିଦ୍ୟୁତ ଆଘାତଜନିତ କାରଣରୁ ହାତୀ ମୃତ୍ୟୁ ରୋକିବା ପାଇଁ ପଦକ୍ଷେପ ନେବା ସହ ଉନ୍ନତ ମାନର ଅଧିକ ଉଚ୍ଚ ବିଦ୍ୟୁତ ଖୁଣ୍ଟ ସ୍ଥାପନ ଏବଂ ଇନସୁଲେଟେଡ୍ କଣ୍ଡକ୍ଟର ଲଗାଇବା ପାଇଁ ସେ ନିର୍ଦେଶ ଦେଇଛନ୍ତି। ଯେଉଁ କଣ୍ଟ୍ରାକ୍ଟର କାମରେ ବିଳମ୍ବ କରୁଛନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହିତ ଆବଶ୍ୟକ ପଡ଼ିଲେ ସେମାନଙ୍କୁ କଳା ତାଲିକାଭୁକ୍ତ କରିବା ପାଇଁ ଓପିଟିସିଏଲ ଅଧିକାରୀମାନଙ୍କୁ ସେ କହିଛନ୍ତି।

Comments are closed.