ନିବରଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଶକ୍ତି ବିଭାଗ ପକ୍ଷରୁ ପ୍ରୟାସ ଜାରି

୩୪ ଲକ୍ଷ ଗ୍ରାହକଙ୍କ ଶକ୍ତି ଯୋଗାଣ ପ୍ରଭାବିତ

ଭୁବନେଶ୍ବର : ବାତ୍ୟା ଅମ୍ପନ ଯୋଗୁଁ ହୋଇଥିବା କ୍ଷୟକ୍ଷତି ପରେ ଶକ୍ତି ବିଭାଗ ପକ୍ଷରୁ ନିବରଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପ୍ରୟାସ କରାଯାଉଛି । ଶକ୍ତି ମନ୍ତ୍ରୀ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି । ମେ’ ୧୬ ତାରିଖ ଠାରୁ ସେ ଏଥିପାଇଁ ପ୍ରସ୍ତୁତି ଏବଂ ଆବଶ୍ୟକ ପଦକ୍ଷେପ ନେଇ ମାର୍ଗଦର୍ଶନ କରି ଆସୁଛନ୍ତି ।
୩୭୧ଟି ଗ୍ୟାଙ୍ଗ(ଟିମ୍) କରାଯାଇଛି ,ଏବଂ ପ୍ରତ୍ୟେକ ଗ୍ୟାଙ୍ଗ ୧୦ ଜଣ କର୍ମଚାରୀଙ୍କୁ ନେଇ ଗଠିତ ହୋଇଛି। ପୁନଃସଂଯୋଗ କାର୍ୟ୍ୟ ପାଇଁ ଡିସକମର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଟିମକୁ ମୁତୟନ କରାଯାଇଛି। ଆବଶ୍ୟକ ସାମଗ୍ରୀ ସହ ସେମାନଙ୍କୁ ନିୟୋଜିତ କରାଯାଇଛି। ନେସ୍କୋ ଅଞ୍ଚଳରେ (୨୦୦୦ ଖୁଣ୍ଟ, ୪୧୦୦ ଇନସୁଲେଟର,୧୨୦ କିଲୋମିଟର କଣ୍ଡକ୍ଟର/କେବୁଲ୍, ୬୦ଟି ଡିଟି ସହ) କର୍ମଚାରୀଙ୍କୁ ମୁତୟନ କରାଯାଇଛି।
୧୦୫୦ କିଲୋମିଟର ଏଚଟି ଏବଂ ଏଲଟି ଲାଇନଗୁଡିକରେ ଥିବା ଗଛ ଡାଳ ଗୁଡ଼ିକୁ କଟା ଯାଇଛି । ଇଲେକ୍ଟ୍ରୋନିକ୍ ମିଡିଆ ଅଭିଯାନ ମାଧ୍ୟମରେ ସୁରକ୍ଷା ସଂପର୍କରେ ନାଗରିକ ମାନଙ୍କୁ ସଚେତନତା କରାଯାଇଛି। ଓପିଟିସିଏଲରେ ଏକ ସେଣ୍ଟ୍ରାଲ୍ ସେଣ୍ଟର୍ ରୁମ୍ ସହିତ ପ୍ରତ୍ୟେକ ଡିସକମ୍ ହେଡ୍ ଅଫିସରେ କଣ୍ଟ୍ରୋଲ୍ ରୁମ୍ ପରିଚାଳିତ ହେଉଥିଲା

ପ୍ରଭାବିତ ଉପଭୋକ୍ତା ଏବଂ ପୁନରୁଦ୍ଧାର ଯୋଜନା

ପ୍ରାୟ ୧୧୫ଟି ୩୩କେଭି ଫିଡର୍ ମଧ୍ୟରୁ ୩୪ ଲକ୍ଷ ଗ୍ରାହକଙ୍କ ଶକ୍ତି ଯୋଗାଣ ପ୍ରଭାବିତ ହୋଇଛି । ସାଉଥକୋର ୧.୬୩ ଲକ୍ଷ, ନେସ୍କୋର ୧୫ ଲକ୍ଷ ଏବଂ ସେସୁର ୧୭ ଲକ୍ଷ ଅଞ୍ଚଳ ପ୍ରଭାବିତ ହୋଇଛି ।
ଆଜି ସନ୍ଧ୍ୟା ୫ଟା ସୁଦ୍ଧା, ସମସ୍ତ ୩୩କେଭି ଏବଂ ୧୧କେଭି ଫିଡର୍ ଏବଂ ଡିଟି ସାଉଥକୋ (ଗଞ୍ଜାମ ଜିଲ୍ଲା) ରେ ପୁନଃସ୍ଥାପିତ ହୋଇଛି ଜ୍ଝ ସାଉଥକୋର ପ୍ରାୟ ସମସ୍ତ ଗ୍ରାହକଙ୍କ ବିଜୁଳି ଯୋଗାଣ ପୁନଃ ସ୍ଥାପିତ ହୋଇଛି ।
ସେସୁ ଅଧିନରେ ଥିବା ଜଗତସିଂହପୁର, କେନ୍ଦ୍ରାପଡା ନିମାପଡା, ମାର୍ଶାଘାଇ ଏବଂ ପାରାଦୀପ ଡିଭିଜନ୍ ବ୍ୟତୀତ ସମସ୍ତ ବିଭାଗକୁ ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପିତ ହୋଇଛି। ଆଜି ରାତି ସୁଦ୍ଧା ଉପରୋକ୍ତ ଅଞ୍ଚଳର ଜିଲ୍ଲା ମୁଖ୍ୟାଳୟ ଏବଂ ବ୍ଲକ୍ ମୁଖ୍ୟାଳୟରେ ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପିତ ହେବ। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସେସୁର ବାକିଥିବା ଅଞ୍ଚଳର ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପିତ ହେବ।
ନେସ୍କୋ ଅଞ୍ଚଳରେ ଭଦ୍ରକ, ବାଲେଶ୍ବର, ଯାଜପୁର ମୁଖ୍ୟାଳୟକୁ ଆଜି ରାତିରେ ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପିତ ହେବ। ଆସନ୍ତାକାଲି ଅନ୍ୟାନ୍ୟ ଅଞ୍ଚଳର କାର୍ୟ୍ୟ ଆରମ୍ଭ ହେବ ଜ୍ଝ ଭଦ୍ରକ କୋଭିଡ ହସ୍ପିଟାଲରେ ଆଜି ରାତି ସୁଦ୍ଧା ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପିତ ହେବ ।
ପ୍ରାଥମିକ ଆକଳନ ଅନୁଯାଇ ନେସ୍କୋ ଅଞ୍ଚଳରେ ୩୩ କେଭି ଲାଇନର ୮୩ କିଲୋମିଟର, ୩୯୬ କିମି ୧୧ କେଭି ଲାଇନ, ୮୫୫ କେଏମ ଏଲଟି ଲାଇନ ଏବଂ ୧୬୨ଟି ଡିଟି କ୍ଷୟକ୍ଷତି ହୋଇଛି। ଆସନ୍ତାକାଲି ସବିଶେଷ ସର୍ବେକ୍ଷଣ ହେବା ପରେ ସଠିକ୍ କ୍ଷତି ଏବଂ ଅବଶିଷ୍ଟ ଅଞ୍ଚଳ ପାଇଁ ପୁନରୁଦ୍ଧାର ଯୋଜନା ଆକଳନ କରାଯିବ।

Comments are closed.