ଜାମ୍ମୁ-କାଶ୍ମୀର: ଏନ୍‍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ, ଜାକିର ମୁସାର ଉତ୍ତରାଧିକାରୀ ମଧ୍ୟ ସାମିଲ

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ସେନା ଓ ପୁଲିସକୁ ଆତଙ୍କବାଦ ବିରୋଧୀ ଅପରେଶନରେ ବଡ଼ ସଫଳତା ହାସଲ ହୋଇଛି। ମଙ୍ଗଳବାର ତ୍ରାଲରେ ହୋଇଥିବା ଏନ୍‍କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏହି ଅପରେଶନରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଗଜୱତ୍‍-ଉଲ୍‍-ହିନ୍ଦ୍‍ର ମୁଖ୍ୟ ହାମିଦ ଲହ୍ଲାରୀ ମଧ୍ୟ ସାମିଲ ରହିଛି। ୨୦୧୯ ମେ’ ମାସରେ ଜାକିର ମୁସାର ମୃତ୍ୟୁ ପରେ ଲହ୍ଳାରୀ ଏହି ସଙ୍ଗଠନର ଦାୟିତ୍ୱ ଭାର ବହନ କରିଥିଲା। ୨୦୧୬ରେ ସେ ଆତଙ୍କବାଦୀ କାର୍ଯ୍ୟକଳାପରେ ସକ୍ରିୟ ହୋଇଥିଲା। ନିହତ ଅନ୍ୟ ୨ ଆତଙ୍କବାଦୀ ହେଉଛନ୍ତି ନାଭେଦ ଓ ଜୁନୈଦ। ଏହି ୩ ଜଣ ଜୈଶ୍‍ ସହ କାମ କରୁଥିଲେ। ବୁଧବାର ଜାମ୍ମୁ-କାଶ୍ମୀରର ପୁଲିସ ଡିଜିପି ଦିଲବାଗ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଏନ୍‍କାଉଣ୍ଟର ବିଷୟରେ ସମସ୍ତ ସୂଚନା ଦେଇଛନ୍ତି।

Comments are closed.