୪୮ଘଣ୍ଟା ପୂର୍ବେ ଇଞ୍ଜିନିୟରରୁ ଆତଙ୍କବାଦୀ ପାଲଟିଥିବା ଯୁବକ ପୁଲିସ ଗୁଳିରେ ନିହତ

0

ନୂଆଦିଲ୍ଲୀ: ମାତ୍ର ୪୮ଘଣ୍ଟା ପୂର୍ବେ ବୈଶୟିକ ବୃତ୍ତି ଛାଡ଼ି ହାତରେ ବନ୍ଧୁକ ଧରିଥିଲେ କାଶ୍ମୀର ଯୁବକ ଖୁର୍ସିଦ ଅହମଦ ମାଲିକ। ନିଜ ବୃତ୍ତିଗତ ଜୀବନ ଛାଡ଼ି ଆତଙ୍କବାଦୀ ହେବାର ମାତ୍ର ୪୮ଘଣ୍ଟା ମଧ୍ୟରେ ସେନା ଗୁଳିରେ ନିହତ ହୋଇଛନ୍ତି ଖୁର୍ସିଦ୍‍। ଖୁର୍ସିଦଙ୍କ ଏଭଳି ନିଷ୍ପତ୍ତି ବିଚଳିତ କରିଥିଲା ପରିବାରବର୍ଗଙ୍କୁ। ଫଳରେ ସୋସିଆଲ ସାଇଟରେ ଆତଙ୍କର ରାସ୍ତା ଛାଡ଼ି ଘରକୁ ଫେରି ଆସିବାକୁ ନିବେଦନ କରିଥିଲେ ଖୁର୍ସିଦଙ୍କ ମା’ ଓ ଭଉଣୀ। ହେଲେ ସଂଗଠନ ପକ୍ଷରୁ ପ୍ରଦତ୍ତ ପ୍ରଥମ ଅପରେସନରେ ହିଁ ସେନା ଗୁଳିରେ ପ୍ରାଣ ହରାଇଛନ୍ତି ଖୁର୍ସିଦ। ତାଙ୍କ ସହ ବାରାମୁଲା ଜିଲାର ସୋପରେ ଅଞ୍ଚଳର ଆଉ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ମାତ୍ର ଦିନେ ପୂର୍ବରୁ ନିଜ ଘରୁ ନିଖୋଜ ହୋଇଥିଲେ ଖୁର୍ସିଦ। ସୋପରେ ଅଞ୍ଚଳରେ ଆତଙ୍କବାଦୀ ସକ୍ରିୟ ଖବର ପାଇଁ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ଖୋଳତାଳ। ବିଳମ୍ବିତ ରାତିରେ ସେନାକୁ ଦେଖି ତରବାରିଆ ଭାବରେ ଗୁଳି ଚଲାଇଥିଲେ ଖୁର୍ସିଦ ଓ ତାଙ୍କ ସହଯୋଗୀ। ତେବେ ସେନା ପକ୍ଷରୁ ପାଲଟା ଗୁଳି ମାଡ଼ରେ ନିହତ ହୋଇଥିଲେ ଉଭୟ ଆତଙ୍କବାଦୀ।

Leave A Reply