ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଜମ୍ମୁ : ପୁଲୱାମା ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବା ନେଇ ବୁଧବାର ଖବର ମିଳିଛି। ସେମାନେ  ଜୈଶ-ଇ-ମହମ୍ମଦର ବୋଲି ଜଣାପଡିଛି। ମୃତ ଆତଙ୍କବାଦୀ ଆଇଇଡି ତିଆରି କରିବାରେ ମାହିର ଥିଲା ବୋଲି ସୂଚନା ମିଳିଛି।
ସୂଚନା ଯୋଗ୍ୟ, ରାଜପୋରାରେ ଆତଙ୍କବାଦୀ ଥିବା ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଖବର ପାଇଥିଲେ। ଏହାପରେ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରିବା ସହ ଘେରାଉ କରିଥିଲେ। ସୁରକ୍ଷାକର୍ମୀମାନେ ପ୍ରଥମେ ଉକ୍ତ ଅଞ୍ଚଳରେ ନାଗରିକ ସୁରକ୍ଷା ପ୍ରତି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ। ଏହାସହ ଆତଙ୍କବାଦୀମାନେ ରାଜପୋରା ଅଞ୍ଚଳରେ ଏକ କୋଠା ଘରେ ଲୁଚି ରହିଥିଲେ ବୋଲି ଜାଣିବାକୁ ପାଇଥିଲେ। ଏହାପରେ ପୁଲିସ ,ସିଆରପିଏଫ, ସୈନାବାହିନୀ ଦଳ ଅଞ୍ଚଳକୁ ଘେରାଉ କରିଥିଲେ।

 

Comments are closed.