ଜାମ୍ମୁ-କାଶ୍ମୀର ଶୋପିଆଁରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ୪ ଆତଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀର : ଜାମ୍ମୁ-କାଶ୍ମୀରର ଶୋପିଆଁ ମନିହାଲରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ନେଇ ସୋମବାର ଖବର ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାସହ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି ବୋଲି କୁହାଯାଉଛି। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ଆତଙ୍କବାଦୀମାନେ ଲସ୍କର-ଏ-ତୋଏବା ସହ ଜଡିତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପ୍ରଥମେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ଜଣାପଡିଥିଲା। ବର୍ତ୍ତମାନ ମଧ୍ୟ ତଲାସି ଅଭିଯାନ ଜାରି ରହିଛି।

 

Comments are closed.