ଚୌଦ୍ୱାରରେ ଏନକାଉଣ୍ଟର

କଟକ: କଟକ ଚୌଦ୍ୱାର ଅଞ୍ଚଳରେ ପୁଲିସର ପୁଣି ଏନକାଉଣ୍ଟର। ନୂଆପାଟଣା ଧବଳେଶ୍ୱର ରାସ୍ତାରେ ଚୌଦ୍ୱାର ପୁଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ମୁନ୍ନା ଦେହୁରି ଆହତ ହୋଇଛି। ମୁନ୍ନାର ବାମ ପଟଗୋଡରେ ଗୁଳି ବାଜି ଥିବା ଜଣାପଡିଛି। ଅପରାଧି ମୁନ୍ନାକୁ କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୂଚନାମୁତାବକ ମୁନ୍ନା ନାମରେ ବିଭିନ୍ନ ଥାନରେ ବହୁ ମାମଲା ଥିବା ବେଳେ ଢେଙ୍କାନାଳ ଡିଏଫଓଙ୍କ ଡ୍ରାଇଭର ହତ୍ୟା ମାମଲାରେ ମୁନ୍ନାର ସମ୍ପୃକ୍ତି ଥିବା ଅଭିଯୋଗ ରହିଛି।

Comments are closed.