ଜାମ୍ମୁ କାଶ୍ମୀର ଡୋଡାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଜଣେ ଯବାନ ସହିଦ, ଜଣେ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଡୋଡା ଜଙ୍ଗଲରେ  ଜଣେ ରୁ ଦୁଇ ଆତଙ୍କବାଦୀ ଲୁଚି ରହିଛନ୍ତି ବୋଲି ଅନୁମାନ କରାଯାଉଛି । ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଚାଲିଛି। ସୁରକ୍ଷା ବାହିନୀର ଏକ ମିଳିତ ଦଳ ଏହି ଅଞ୍ଚଳକୁ ଘେରି ରହିଛନ୍ତି।

ସୂଚନାଅନୁସାରେ ଶନିବାର ରାତିରେ ଜାମ୍ମୁ କାଶ୍ମୀରର ଡୋଡା ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷା ବାହିନୀ ପାଖରେ ଖବର ପହଞ୍ଚିଥିଲା । ଏହାପରେ ଖୁବ୍ ଶୀଘ୍ର ସୁରକ୍ଷା ବାହିନୀର ଏକ ମିଳିତ ଦଳ ଏହି ଅଞ୍ଚଳକୁ ଘେରିଯାଇଥିଲେ । ରବିବାର ସକାଳେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଅପରେସନ୍ ସେନାର ୧୦ ଆରଆର, ସିଆରପିଏଫ ଏବଂ ଡୋଡା ପୁଲିସ ଦ୍ୱାରା କରାଯାଉ ଥିବା ଜଣାପଡିଛି ।

Comments are closed.