ସୁରକ୍ଷା କର୍ମୀଙ୍କ ଗୁଳିରେ ହିଜବୁଲ ଆତଙ୍କବାଦୀ ମୃତ

0

ଶ୍ରୀନଗର : ଜାମ୍ମୁ କାଶ୍ମୀର ସୋପିଆନା ଜିଲା ଖୁଦପୋରା ଅଞ୍ଚଳରେ ରବିବାର ସକାଳେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ହିଜ୍‍ବୁଲ ଆତଙ୍କବାଦୀ ନିହତ ହୋଇଛି। ସେଠାରେ ଆଉ ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି ଓ ଗୁଳି ବିନିମୟ ଜାରି ରହିଛି ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ ଖୁଦପୋରା ଅଞ୍ଚଳରେ କେତେଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ସୂଚନାକୁ ଆଧାର କରି ସେନା, ସିଆରପିଏଫ, ଜାମ୍ମୁ କାଶ୍ମୀର ଏସ୍‍ପିଓ ଦଳ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ଖସିଯିବାକୁ ଉଦ୍ୟମ କରି ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ପ୍ରତିଜବାବରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଗୁଳି ବିନିମୟ କରାଯାଇଥିଲା। ଏଥିରେ ଜଣେ ହିଜ୍‍ବୁଲ ଆତଙ୍କବାଦୀର ମୃତ୍ୟୁ ଘଟିଛି ଓ ତା ନିକଟରୁ ଅସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି। ଆଉ ୨ ଆତଙ୍କବାଦୀ ସେଠାରେ ଲୁଚି ରହି ଗୁଳି ମାଡ଼ କରୁଛନ୍ତି।

Leave A Reply