ଜାମ୍ମୁ କାଶ୍ମୀର : ଶୋପିଆନ୍ ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଗୋଳା ବିନିମୟରେ ୫ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଭାରତୀୟ ଅଧିକାରୀମାନଙ୍କ ସୂଚନା ଅନୁସାରେ ନିପାତ ହୋଇଥିବା ୫ଜଣ ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଅଟନ୍ତି ।ଏହି ଏନକାଉଣ୍ଟରରେ ପାଞ୍ଚରୁ ଛଅ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଘେରି ରହିଥିବା ଜଣାପଡିଛି। ଉଭୟ ପଟରୁ ଗୁଳି ବିନିମୟ ଚାଲିଥିଲା।  ଏନକାଉଣ୍ଟର ବିଷୟରେ କୌଣସି ଗୁଜବକୁ ଏଡାଇବା ପାଇଁ ଶୋପିଆନ୍ ଏବଂ କୁଲଗାମ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ପ୍ରଶାସନ ସାମୟିକ ଭାବେ ବନ୍ଦ କରି କରିଦିଆଯାଇଥିଲା ।

ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲ୍ଲାର ରେବାନ୍ ଗ୍ରାମରେ ଆତଙ୍କବାଦୀମାନେ ଲୁଚି ରହିଥିବା ସଂପର୍କରେ ସୁରକ୍ଷା ବାହିନୀକୁ ସୂଚନାକୁ ମିଳିଥିଲା। ସୂଚନା ଆଧାରରେ ସେନାର ୧-ଆରଆର, ୧୭୮ ବାଟାଲିୟନ ସିଆରପିଏଫ ଏବଂ ଏସଓଜି କର୍ମୀ ଏହି ଅଞ୍ଚଳକୁ ଘେରାଓ କରିଥିଲେ। ପରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଗୁଳିଗୋଳା ଚଳାଇଥିଲେ। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ଜାରି ରହିଥିଲା।

Comments are closed.