ଜାମ୍ମୁ କାଶ୍ମୀର : ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ଶ୍ରୀନଗରରେ ସୁରକ୍ଷା ବାହିନୀ ସହ ଏକ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶ୍ରୀନଗରର ବାଟମାଲୁ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଛି । ପୁଲିସ ଏବଂ ସିଆପିଏଫର ମିଳିତ ଅପରେସନରେ ଏହି ସଫଳତା ମିଳିଛି। ସୁରକ୍ଷାକର୍ମୀମୀନେ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରଖିଛନ୍ତି।

ଏହି ଏନକାଉଣ୍ଟରରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଏଥିସହ ଦୁଇଜଣ ସିଆପିଏଫ ଯବାନ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ରାତି ପ୍ରାୟ ୨.୩୦ ସମୟରେ ବାଟମାଲୁର ଫିରଦାଉସାବାଦ ଅଞ୍ଚଳରେ ଘେରାବନ୍ଦୀ କାର୍ଯ୍ୟ ଆରମ୍ଭ କରିଥିଲେ। ଜଣେ ଅଧିକାରୀ  କହିଛନ୍ତି ଯେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ ଯାହା ପରେ ତଲାସୀ ଅଭିଯାନକୁ ଜୋରଦାର କରାଯାଇଥିଲା ଏବଂ ପରେ ଏନକାଉଣ୍ଟରରେ ହୋଇଥିଲା।

ଏହାପୂର୍ବରୁ ମଙ୍ଗଳବାର ଦିନ ଜାମ୍ମୁ କାଶ୍ମୀର ପୁଲିସ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଏକ ଗୋଷ୍ଠୀର ସନ୍ଧାନ ପାଇଥିଲା। ପୁଲିସ କହିଛି ଯେ କାଶ୍ମୀରର ତିନିଜଣ ଯୁବକଙ୍କର ଏକ ସଂଗଠନ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ଥିବା ସୂଚନା ମିଳିଛି।

ଏହି ୩ ଜଣ ଯୁବକ ଗୁଟଲିବାଗର ଅରସିଦ ଅହମ୍ମଦ ଖାନ, ଗନ୍ଦରବଲର ମହୀଦ ରସୁଲ ଏବଂ ମହମ୍ମଦ ଆସିଫ ନାଜର ବୋଲି ଜଣାପଡିଛି। ଏହି ତିନିଜଣ ପାକିସ୍ତାନୀ ଆତଙ୍କବାଦୀ ଫାୟାଜ ଖାନଙ୍କ ସହ ଯୋଗାଯୋଗରେ ଥିଲେ। ସେ ଏମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ନିର୍ଦ୍ଦେଶ ଦେଉଥିଲା।

ଗନ୍ଦରବଲ ଗୁଲିସ ଏବଂ ୫ଆରଆରର ମିଳିତ ଅପରେସନ୍ ପରେ ଏମାନଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ଏହି ୩ଜଣଙ୍କୁ ପଚରାଉଚରା କରାଯାଇଥିଲା ପରେ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ବୈଦ୍ୟୁତିକ ଉପକରଣ ଉଦ୍ଧାର କରାଯାଇଥିଲା। ତାଙ୍କ ସଂଗଠନକୁ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ସେମାନେ ସ୍ବୀକାର କରିଛନ୍ତି । ଏହି ତିନିଜଣଙ୍କ ବିରୋଧରେ ଗନ୍ଦରବଲ ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି।

 

Comments are closed.