ସନ୍ଦିଗ୍ଧ ପରିସ୍ଥିତିରେ ଜଣେ ଯବାନଙ୍କୁ ଗୁଳିମାଡ଼

ଶ୍ରୀନଗର : ଜମ୍ମୁ କଶ୍ମୀରର କାଠୁଆ ଜିଲ୍ଲାର ସବ ସେକ୍ଟର ହୀରାନଗରର ଅନ୍ତର୍ଜାତୀୟ ସୀମା ରେଖାସ୍ଥିତ ପୋଷ୍ଟରେ ଶନିବାର ସନ୍ଧ୍ୟାରେ ସନ୍ଦିଗ୍ଧ ପରିସ୍ଥିତିରେ ଜଣେ ଯବାନ ଗୁଳିମାଡ଼ ହେବାରୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯବାନ ହେଲେ ଏସ ତ୍ରିମୂର୍ତ୍ତି । ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ବିଏସଏଫ ଯବାନଙ୍କ ମୁହଁରେ ଗୁଳିମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଯବାନଙ୍କୁ ଜମ୍ମୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ କିଭିଳି ପରିସ୍ଥିତିରେ ଯବାନଙ୍କ ଶରୀରରେ ଗୁଳି ବାଜିଥିଲା, ତାହା ସ୍ପଷ୍ଟ ହୋଇପାରି ନାହିଁ ।

 

 

Comments are closed.