ରାଜଧାନୀରେ ଏନକାଉଣ୍ଟର

ଭୁବନେଶ୍ୱର : ଭୁବନେଶ୍ୱର ବାଲିଅନ୍ତାର ଭଇଁଚୁଆରେ ଡ଼ବଲ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଅରୁଣ କୁମାର ମଲ୍ଲିକ ଓ ବିବେକ ନାୟକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଅପରାଧି ଦୁଇ ଜଣ ଡ଼କାୟତି ଯୋଜନା କରୁଥିବା ବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲା। ପୁଲିସକୁ ଦେଖି ଦୁହେଁ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବରେ ପୁଲିସ ଗୁଳି ଚଳାଇଥିଲା। ଦୁଇ ଅପରାଧିଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ଦୁହେଁ ଆହତ ହୋଇ କଟକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଜବତ ହୋଇଛି। ଦୁହିଁଙ୍କ ନାମରେ ୧୦ ରୁ ଅଧିକ ମାମଲା ରହିଥିବା ସୂଚନା ମିଳିଛି।

Comments are closed.