ପୁଲିସ ଏନକାଉଣ୍ଟରରେ ଅପରାଧି ଆହତ

0

ଭଞ୍ଜନଗର : ଭଞ୍ଜନଗର – ଫୁଲବାଣୀ ରାସ୍ତାର ସୋରଦେଈ ମନ୍ଦିର ନିକଟବର୍ତ୍ତୀ ଗଣ୍ଡିଶୁଳା ଠାରେ ଶୁକ୍ରବାର ପୁଲିସ ଏନକାଉଣ୍ଟରରେ ଜଣେ ଅପରାଧି ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଅପରାଧି ଜଣକ ଭଞ୍ଜନଗର ଫେରୁଥିବା ଖବର ପାଇ ପୁଲିସ ମନ୍ଦିର ନିକଟରେ ପହଞ୍ଚିଥିଲେ। ପୁଲିସ ତାକୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ ସେ ପୁଲିସ ଉପରକୁ ଗୁଳି ଚଳାଇବା ସହ ବୋମା ପକାଇଥିବା ଜଣାପଡ଼ିଛି। ପୁଲିସର ପାଲଟା ଗୁଳି ଚାଳନାରେ ଅପରାଧିର ଦୁଇ ଗୋଡ଼ରେ ଗୁଳି ବାଜିଥିଲା। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡ଼ିକାଲକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

Leave A Reply