ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଆହତ

0

ବ୍ରହ୍ମପୁର : ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ପ୍ରଧାନ (୩୦) ଆହତ ହୋଇଛି। ଦିଗପହଣ୍ଡି ଚାଙ୍ଗୁଡିଦେଇ ପାହାଡ ନିକଟରେ ପୁଲିସ ଏନକାଉଣ୍ଟର କରିଥିଲା। ଜୟର ବାମ ଗୋଡରେ ଗୁଳି ବାଜିଛି। ତାକୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତା ନିକଟରୁ ବାଇକ, ଦେଶୀ ପିସ୍ତଲ ଓ ବୋମା ଜବତ ହୋଇଛି। ଜୟ ନାଁରେ ବିଭିନ୍ନ ଥାନାରେ ହତ୍ୟା ଓ ଚୋରି ଭଳି ୨୦ରୁ ଅଧିକ ମାମଲା ରହିଥିବା ଜଣାପଡିଛି। ଏନକାଉଣ୍ଟର ବେଳେ ଦିଗପହଣ୍ଡି ଥାନା ଆଇଆଇସିଙ୍କ ସମେତ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି।

Leave A Reply