ଏନକାଉଣ୍ଟରରେ ‘ହାଇଦର’ର କଳାକାର ସକିବ ନିହତ

0

ଶ୍ରୀନଗର: ଶ୍ରୀନଗରର ମୁଜଗୁଣ୍ଡରେ ପୁଲିସ ଏନକାଉଣ୍ଡରେ ପ୍ରାଣ ହରାଇଥିବା ସକିବ ବିଲାଲ ୨୦୧୩ରେ ମୁକ୍ତିଲାଭ କରିଥିବା ବଲିଉଡ୍ ଫିଲ୍ମ ‘ହାଇଦର’ରେ ସାହିଦ କାପୁରଙ୍କ ସହ ଶିଶୁକଳାକାର ଭାବେ ଅଭିନୟ କରିଥିଲେ । ବସରେ ଯାଉଥିବା ବେଳେ ହିଂସା ହେବା କାରଣରୁ ଭୟରେ ବସରୁ ଓହ୍ଲାଇ ଦୌଡି ପଳାଉଥିବା ସିନ୍ ରେ ସକିବ ଅଭିନୟ କରିଥିଲେ । ଫିଲ୍ମରେ ହିଂସାକୁ ଡରି ଦୂରକୁ ଚାଲିଯାଉଥିବା ସକିବ ବାସ୍ତବରେ ହିଂସକ ପାଲଟି ଯାଇଥିଲା।

Eenadu india

ସୂଚନାଯୋଗ୍ୟ, ଗତ ରବିବାର ଶ୍ରୀନଗରରେ ସୁରକ୍ଷାକର୍ମୀ ପକ୍ଷରୁ ଆତଙ୍କବାଦୀ ସଂଗଠନ ‘ଲସ୍କର-ଏ-ତଇବା’ ଉପରକୁ ଏନକାଉଣ୍ଟର କରାଯାଇଥିଲା । ଏଥିରେ ‘ଲସ୍କର-ଏ-ତଇବା’ ସଂଗଠନର ୩ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏମାନଙ୍କ ମଧ୍ୟରେ ୧୭ ବର୍ଷିଅ ଶିଶୁକଳାକାର ସକିବ ନିହତ ହୋଇଥିବା ଜଣାପଡିଛି । ମଞ୍ଚ କଳାକାର ଭାବେ ପରିଚୟ ସୃଷ୍ଟି କରିଥିବା ସକିବ ଫୁଟବଲ, କବାଡି ଏବଂ ତାଇକୱାଡୋ ଖେଳରେ ଭଲ ପ୍ରଦର୍ଶନ କରୁଥିଲା । ଚଳିବ ବର୍ଷ ଅଗଷ୍ଟ ୩୧ ତାରିଖରେ ସକିବ କିଛି ଯୁବକଙ୍କ ସହ ଘରୁ ଫେରାର ହୋଇଯାଇଥିଲା। ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ତା’ର କିଛି ଖବର ମିଳିନଥିଲା। ଏନକାଉଣ୍ଟର ପୂର୍ବରୁ ସକିବର ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରୁ ସକିବ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଛି ବୋଲି ସ୍ପଷ୍ଟ ହୋଇଥିଲା ।

amarujala
Leave A Reply