ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଆହତ

0

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ପୁଲିସ ପୁଣି ଥରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍କାଉଣ୍ଟର କରିଛି। ଆସିକା ଚାରିମାଇଲ ଛକରେ ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ବିଶ୍ବାଳ ଆହତ ହୋଇଛି। ଚଢ଼ଉ ସମୟରେ କାଳୁ ପୁଲିସ ଉପରକୁ ଗୁଳି ଚଳାଇଥିଲା। ଏହାପରେ ପୁଲିସ ପାଲଟା ଗୁଳି ଚଳାଇଥିଲା। କାଳୁର ଡାହାଣ ଗୋଡ଼ରେ ଦୁଇଟି ଗୁଳି ବାଜିଛି । ତାକୁ ପ୍ରଥମେ ଆସିକା ଏବଂ ପରେ ବ୍ରହ୍ମପୁର ଏମ୍.କେ.ସି.ଜି କୁ ସ୍ଥାନାନ୍ତର କରାଯାଇଛି। ବିଜେଡି ନେତା ସନିଆ ବିଷୋୟୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କାଳୁ ନାମରେ ବିଭିନ୍ନ ଥାନାରେ ୭ ରୁ ଉର୍ଦ୍ଧ୍ବ ମାମଲା ଥିବା ପୁଲିସ ସୂଚନା ଦେଇଛି। କାଳୁ ନିକଟରୁ ଗୋଟିଏ ମାଉଜର , ତିନୋଟି ଜୀବନ୍ତ ଗୁଳି ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି।

Leave A Reply